Advertisment

ଟ୍ରକକୁ ପଛରୁ ପିଟିଲା ଭ୍ୟାନ୍, ବର୍ଷକର ଛୁଆ ସହ ଚାଲିଗଲା 6 ଜଣଙ୍କ ଜୀବନ

ତାମିଲନାଡୁର ସାଲେମରେ ଭୟଙ୍କର ଦୁର୍ଘଟଣା। ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଲା ଭ୍ୟାନ୍।

Accident Spot Image

Accident Spot Image

Advertisment

ତାମିଲନାଡୁର ସାଲେମରେ ଭୟଙ୍କର ଦୁର୍ଘଟଣା। ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଲା ଭ୍ୟାନ୍। ଘଟଣାସ୍ଥଳରେ ଚାଲିଗଲା 6 ଜଣଙ୍କ ଜୀବନ। ଆଜି ଭୋଅର ପ୍ରାୟ 4ଟା ସମୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଏଙ୍ଗୁରରୁ 8 ଜଣ ଯାତ୍ରୀ ଏକ ଭ୍ୟାନ୍ ଯୋଗେ ପେରୁନ୍ଥୁରାଇକୁ ଯାତ୍ରା କରୁଥିଲେ। ଏହି ସମୟରେ ତାମିଲନାଡୁର ସାଲେମ-ଏରୋଡ ରାଜପଥ ନିକଟରେ  ଛିଡା ହୋଇଥିବା ଏକ ଟ୍ରକୁ ଭ୍ୟାନଟି ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଏଥିରେ 6 ଜଣଙ୍କର ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ଜଣେ ଏକ ବର୍ଷର ଶିଶୁ ମଧ୍ୟ ଥିଲା। ଡ୍ରାଇଭର ଓ ଅନ୍ୟ ଜଣେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ସିସିଟିଭି ଫୁଟେଜ୍ ମାଧ୍ୟମରେ ଏହି କାରଣରୁ ମୃତ୍ୟୁ ଘଟିଥିବା କହିଛି। 

Advertisment
Accident Road Accident Tamil Nadu Accident News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe