/odisha-reporter/media/post_attachments/uploadimage/library/16_9/16_9_0/Meeting_1717588697.jpg)
Meeting
ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାର ଆରମ୍ଭ ହେଲା ତଦନ୍ତ। ଆଜି ପୁରୀ ସର୍କିଟ ହାଉସରେ ସ୍ୱତନ୍ତ୍ର ରିଲିଫ କମିଶନର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅପରାହ୍ନ ୩ଟାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୭ ଟା ଯାଏଁ ଚାଲିବ ବୋଲି ସୂଚନା ମିଳିଛି।
Advertisment
ବାଣ ବିସ୍ଫୋରଣ ଘଟଣାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ, ପୁରୀ ପୁଲିସ, ଏସପି, ଅଗ୍ନିଶମ ବିଭାଗର ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ବୟାନ ରଖିବେ। ଏଥିସହ ନରେନ୍ଦ୍ର ପୁଷ୍କରିଣୀ ନିକଟ ଦୋକାନୀ, ଆହତଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିବା ବ୍ୟକ୍ତିବିଶେଷ ଓ ଆହତଙ୍କ ସମ୍ପର୍କୀୟ ଓ ମୃତକଙ୍କ ପରିବାର ଲୋକେ ମଧ୍ୟ ଏସଆରସିଙ୍କ ଆଗରେ ବୟାନ ରଖିବେ। ଏହାରି ଭିତରେ ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪ରେ ପହଁଚିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
