Advertisment

ଫଳକ ପଡ଼ି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଅସିତଙ୍କ ମୃତ୍ୟୁ ନେଇ ଖବର ପ୍ରକାଶ ପାଇବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ଅଭିଭାବକ ଓ ଗାଁ ଲୋକେ। କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଛନ୍ତି।

author-image
Manoranjan Sial
Bhadrak

Bhadrak

ସ୍କୁଲ ଖେଳ ଛୁଟି ସମୟରେ ଘଟିଲା ଅଘଟଣ। ରାସ୍ତା କାମର ଫଳକ ଖସି ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଧିନସ୍ଥ ଗଢିଆଳି ପଂଚାୟତ ଉଚ୍ଚପଦା ଗାଁରେ ଏପରି ହୃଦୟବିଦାରକ ଘଟଣା ଘଟିଛି। ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ସୌଭାଗ୍ୟ ରଞ୍ଜନ ନାୟକଙ୍କ ପୁଅ ଅସିତ ନାୟକ ପ୍ରଥମ ଶ୍ରେଣୀରେ ପଢ଼ନ୍ତି। ଆଜି ସେ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଇଥିଲେ। ଖେଳ ଛୁଟି ସମୟରେ ଅସିତ ନିକଟସ୍ଥ ସ୍କୁଲରେ ରୋଷେଇ କରୁଥିବା ବୁଢ଼ୀମାଙ୍କ ନିକଟକୁ ଯାଇଥିଲେ। ସେହି ସମୟରେ ରାସ୍ତା କାମ ପାଇଁ ଲାଗିଥିବା ଫଳକ ଆସିତଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅସିତଙ୍କ ମୃତ୍ୟୁ ନେଇ ଖବର ପ୍ରକାଶ ପାଇବା ପରେ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଥିଲେ ଅଭିଭାବକ ଓ ଗାଁ ଲୋକେ। କ୍ଷତିପୂରଣ ଦାବିରେ ଗାଁ ଲୋକେ ରାସ୍ତାରୋକ କରିଥିଲେ। ସ୍ଥିତି ଅଣାୟତ୍ତ ହେଉଥିବା ଜାଣିପାରି ସଦର ଥାନା ପୁଲିସ ସ୍କୁଲରେ ପହଞ୍ଚିଥିଲେ। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛନ୍ତି। ଏବେ ମଧ୍ୟ ରାସ୍ତାରୋକ ଚାଲିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak News Bhadrak