Advertisment

‘ଯାତ୍ରୀବାହୀ ବସ୍‌ରେ ବାଣ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ’

ଉକ୍ତ ବସ୍‌ରେ ବାଣ ଓ ମହମବତି ଥିବାରୁ  ନିଆଁ ଆଖି ପିଛୁଳାକେ ଭୟାବହ ରୂପ ଧାରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି।

Fire In Bus

Fire In Bus

Advertisment

ପଶ୍ଚିମବଙ୍ଗର ଖଡ଼ଗପୁର ବସ୍‌ରେ ଗତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଚେତିଛନ୍ତି ଓଡ଼ିଶାର ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ ।  ଏପରିକି ଯାତ୍ରୀବାହୀ ବସରେ ବାଣ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ଚେତାବନୀ ଦିଆଯାଇଛି।  ଆଜି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡେପୁଟି ଫାଏର ଅଫିସର୍ ଅବନୀ ସ୍ୱାଇଁ ।

Advertisment

ଗତ ରାତିରେ କୋଲକାତା ବସ୍‌ ‘ଶିବମ’ ନିଆଁ ଲାଗି ଜଳି ଯାଇଥିଲା। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପୁଷ୍ପାଞ୍ଜଳି ଦାସ ନାମ୍ନୀ ମହିଳା ଏହି ଅଗ୍ନିକାଣ୍ଡ ସମ୍ପୂର୍ଣ୍ଣ ଜଳି ଆଖି ବୁଜିଛନ୍ତି। ଉକ୍ତ ବସ୍‌ରେ ବାଣ ଓ ମହମବତି ଥିବାରୁ  ନିଆଁ ଆଖି ପିଛୁଳାକେ ଭୟାବହ ରୂପ ଧାରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। 

 ଏହି ଘଟଣା ପରେ ଓଡ଼ିଶାରୁ ଯାଉଥିବା ବସ୍‌କୁ ନେଇ ଚିନ୍ତା ପ୍ରକାଶ କରାଯାଇଛିା ବସ୍ କିମ୍ବା କୌଣସି ବି ପବ୍ଲିକ୍ ଟ୍ରାନସପୋର୍ଟରେ ବାଣ ନ ନେବାକୁ କଡ଼ା ନିୟମ ରହିଛିା ପୂର୍ବରୁ ଏନେଇ ବସ୍ ମାଲିକଙ୍କୁ ସଚେତନ କରାଯାଇଛି, ଏବେ ଏହି ଘଟଣା ପରେ ପୁଣି ସଚେତନ କରାଯିବ । ଆବଶ୍ୟକ ସ୍ଥଳେ କଡ଼ାକଡ଼ି ବସ୍ ଚେକିଂ କରାଯିବ ବୋଲି  କହିଛନ୍ତି ଡେପୁଟି ଫାଏର ଅଫିସର୍ ଅବନୀ ସ୍ୱାଇଁ ।

Advertisment

ଏନେଇ ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ଗତକାଲି ରାତିରେ ପଶ୍ଚିମବଙ୍ଗରେ ବସ୍ ଜଳି ଯାଇଥିବା ସୂଚନା ମିଳିବା ପରେ ଓଡ଼ିଶାର ସମସ୍ତ ଯାତ୍ରୀଙ୍କୁ ଫେରାଇ ଅଣାଯାଇଛି। ସ୍ଥାନୀୟ ପ୍ରଶାସନ ତଦନ୍ତ କରୁଛି, ପରିବହନ ବିଭାଗ ସହାୟତା କରୁଛି । ଏପରି ଭୟାବହ ଅଗ୍ନିକାଣ୍ଡର କାରଣ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ପରିବହନ କମିଶନର ଅମିତାଭ ଠାକୁରାବସ୍‌ରେ ଦହନଶୀଳ ପଦାର୍ଥ ନ ନେଇ ଯିବାକୁ ନିର୍ଦ୍ଦେଶ ରହିଛି ।

ଗତ ରାତିରେ କୋଲକାତାରୁ ପାରାଦୀପ ଆସୁଥିଲା ‘ଶିବମ୍’ ବସ । ସେଥିରେ ସମୁଦାୟ ୩୮ ଯାତ୍ରୀ ଥିବା ବେଳେ  ଓଡ଼ିଶାରୁ ୩୧ ଜଣ ଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାର ୧୬, ଯାଜପୁରର ୬ ଓ ପାରାଦୀପର ୨ଜଣ ଯାତ୍ରୀ ଥିବା ସୂଚନା ମିଳିଥିଲା। ଉକ୍ତ ବସ୍‌ରେ ପୁଷ୍ପାଞ୍ଜଳି ନିଜ ସ୍ୱାମୀ ଓ ପୁଅଙ୍କ ସହ ଫେରୁଥିଲେ। ମାତ୍ର ନିଆଁ ଦ୍ୱାରା କବଳିତ ହୋଇ ସେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି।  ଗତକାଲିର ଅଘଟଣ ପରେ ଆଜି ୨୮ ଜଣଙ୍କୁ ଅନ୍ୟ ଏକ ବସରେ ସେମାନଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି ।

Fire Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe