Deadbody
ଗାଧୋଇବାକୁ ଯାଇ ଗତକାଲି ବୁଡ଼ି ଯାଇଥିଲେ ଛାତ୍ର। ଆଜି ମିଳିଲା ତାଙ୍କ ମୃତଦେହ। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥନା ଅନ୍ତର୍ଗତ ଗୁଡ଼ିଆଳି ପଦର ନିକଟରେ। ମୃତ ଛାତ୍ର ଜଣଙ୍କ ହେଲେ ପ୍ରୀତିସ ପାଣିଗ୍ରାହୀ। ତାଙ୍କ ଘର ଭବାନୀପାଟଣା ନିକଟ ଗୁଡାସ୍ଥିତ ନିକଟରେ।
ଗତକାଲି ପ୍ରୀତିସ ଗାଧୋଇବାକୁ ଗୁଡ଼ିଆଳି ପଦର ନିକଟରେ ଥିବା ନାଳକୁ ଆସିଥିଲେ। ନିଜ ସ୍କୁଟି ଓ ଡ୍ରେସ ରଖି ନାଳକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ସେ ବୁଡ଼ି ଯାଇଥିଲେ। ପ୍ରୀତିସଙ୍କ ଡ୍ରେସ ଓ ଗାଡ଼ିକୁ ରାସ୍ତା ଉପରେ ରଖିଯାଇଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ପ୍ରୀତିସଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ପ୍ରୀତିସଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ଆଜି ସକାଳେ ପ୍ରୀତିସଙ୍କ ମୃତଦେହ ନାଳରୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହାସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପ୍ରୀତିସଙ୍କ ମୃତଦେହ ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Deadbody_1697525327.jpg)