Advertisment

ପରୀକ୍ଷା ଦେବାକୁ ଯାଉଥିଲେ; ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଗତକାଲି ଛାତ୍ର ଜଣଙ୍କ ବାଇକ୍‌ ଯୋଗେ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ।

author-image
Tapaswini Nayak
DeadBody

Deadbody

ପରୀକ୍ଷା ଦେବାକୁ ଯିବାବେଳେ ଦୁର୍ଘଟଣାରେ ଚାଲିଗଲା ଦଶମ ଶ୍ରେଣୀ ଛାତ୍ରର ଜୀବନ। ଗଞ୍ଜାମ ଜିଲ୍ଲା ପାଲୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ହରଡଙ୍ଗ ଗ୍ରାମର ଜି. ଦିଲେଶ୍ୱର୍ ରେଡ୍ଡୀ। 

Advertisment

ଗତକାଲି ଛାତ୍ର ଜଣଙ୍କ ବାଇକ୍‌ ଯୋଗେ ପରୀକ୍ଷାକେନ୍ଦ୍ରକୁ ଯାଉଥିଲେ। ଏହି ସମୟରେ ପାଲୁର ଛକ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ତାଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ mkcg ମେଡିକାଲରେ ଭର୍ତ୍ତି କରଯାଇଥିଲା।

ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।  ଛାତ୍ରଙ୍କର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

Advertisment
Ganjam Roadaccident