Advertisment

ଉଠବସ କରାଇଲେ ଶିକ୍ଷୟିତ୍ରୀ, ଟଳି ପଡ଼ିଲେ ଚତୁର୍ଥ ଶ୍ରେଣୀ ଛାତ୍ର

ପରିବାର ଲୋକେ ପହଞ୍ଚି ପିଲାଟିକୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ପିଲାଟିର ମୃତ୍ୟୁ ହୋଇଥିବା ଜଣାଯାଇଛି।

author-image
Niharika Rout
Dead

Dead

ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ। ପାଠ ନ ଆସିବାରୁ ଶାସ୍ତି ଦେଲେ ମ୍ୟାଡାମ୍‌। ମ୍ୟାଡାମଙ୍କ ନାଲି ଆଖିକୁ ଡରି ଉଠ୍ ବସ୍ ହେଉଥିବା ବେଳେ ହିଁ ଟଳି ପଡ଼ିଲା ଚତୁର୍ଥ ଶ୍ରେଣୀ ଛାତ୍ର। ଏପରି ଏକ ଲୋମଟାଙ୍କୁରା ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ମୃତ ଛାତ୍ରଜଣକ ହେଲେ କୁଆଖିଆ ଥାନା ସାନଓରାଳି ସୂର୍ଯ୍ୟ ନାରାୟଣ ନୋଡାଲ ୟୁପି ସ୍କୁଲର ରୁଦ୍ର ନାରାୟଣ ସେଠୀ ବୋଲି ଜଣାଯାଇଛି।

Advertisment

ସହପାଠୀଙ୍କ କହିବା ଅନୁସାରେ, ମ୍ୟାଡମ୍ ରୁଦ୍ରକୁ କିଛି ପାଠ ପଚାରିଲେ, ମାତ୍ର ସେ କହିପାରିଲା ନାହିଁ । ଏହା ପରେ ତାକୁ ଆଣ୍ଠେଇବାକୁ କହିଲେ ମ୍ୟାଡମ। କିଛି ସମୟ ପରେ ପୁଣି ତାକୁ ଉଠବସ୍ କରାଇଲେ । ତିନି ଚାରି ଥର ଉଠ ବସ୍ ହେବା ପରେ ରୁଦ୍ର ବେହୋସ ହୋଇ ପଡ଼ିଯାଇଥିଲା। ।

ସଙ୍ଗେ ସଙ୍ଗେ ଶିକ୍ଷୟିତ୍ରୀମାନେ ପାଣି ଛାଟି ତାକୁ ଉଠାଇବାକୁ ଚେଷ୍ଟା କରିଥିବା ବେଳେ ସେ କିନ୍ତୁ ଆଉ ଉଠି ନ ଥିଲା। ଏନେଇ ତୁରନ୍ତ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚି ପିଲାଟିକୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲକୁ ନେଇଥିଲେ। ତେବେ ସେଠାରେ ପିଲାଟିର ମୃତ୍ୟୁ ହୋଇଥିବା ଜଣାଯାଇଛି।

Advertisment

ଏନେଇ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କହିଛନ୍ତି, ପିଲାଟି କ୍ଲାସ୍‌ରେ ବେହୋସ ହୋଇ ଯାଇଥିବା ବେଳେ ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲୁ। ଏହାପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ପିଲାଟିକୁ ଯାଜପୁର ଓ ପରେ କଟକ ନେଇ ଯାଇଥିଲେ। ସେଠାରେ ପିଲାଟିର ମୃତ୍ୟୁ ହୋଇ ଯାଇଥିବା ଶୁଣିବାକୁ ପାଇଲୁ।

ରସୁଲପୁର ଏବିଇଓ କହିଛନ୍ତି, ଛୁଆଟିର ଦେହ ଖରାପ ରହୁଥିଲା। ଦୁଇ ଦିନ ଆଗରୁ ସେ ପୁରୀ ଯାଇଥିଲା। ଗତକାଲି ଅସୁସ୍ଥତା ହେତୁ ସ୍କୁଲ ଯିବନି ବୋଲି ମା’କୁ କହୁଥିଲା, କିନ୍ତୁ ତା’ ମା’ ତାକୁ ବାଧ୍ୟ କରି ସ୍କୁଲ ପଠାଇଥିଲେ। ସେ ବିଜ୍ଞାନ ଖାତା ଓ ବହି ଆଣି ନ ଥିବାରୁ ଶିକ୍ଷୟିତ୍ରର ତାକୁ ଉଠବସ କରାଇଥିଲେ। ଦୁଇ ଥର ଉଠବସ ହେବା ପରେ ହିଁ ସେ ପଡ଼ି ଯାଇଥିଲା।

ଏହି ଘଟଣାର ଉପଯୁକ୍ତ ତଦନ୍ତ କରାଯିବ। ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ। ଏହାପରେ ମୃତ ଛାତ୍ରର ବାପାମା’ଙ୍କ ବୟାନ ରେକର୍ଡ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Jajpur Deadbody