Advertisment

ଟ୍ରକ୍‌ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ, ୭ ଦିନ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଲାନି

ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀମାନେ ପ୍ରଥମେ କଲେଜ ଗେଟ୍‌ରେ ତାଲା ପକାଇଥିଲେ। ତା’ପରେ ବିଶାଳ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲେ।

Student

Student

Advertisment

ଟ୍ରକ୍‌ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଇତି ମଧ୍ୟରେ ୭ ଦିନ ବିତି ଗଲାଣି। ହଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ହେଲାନି। ଯାହାକୁ ନେଇ ଆଜି ପାଟଣାଗଡ଼ ଜବାହର ଲାଲ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କଲେଜ ଗେଟ୍‌ରେ ତାଲା ପକାଇ ଉପଜିଲ୍ଲାପାଳଙ୍କୁ ୫ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଜବାହର ଲାଲ କଲେଜରେ ଯୁକ୍ତ ତିନିରେ ପାଠ ପଢ଼ୁଥିଲେ ସ୍ମିତା ଶୁଭଦର୍ଶନୀ ପଧାନ। ଗତ ଦୁଇ ତାରିଖରେ କ୍ଲାସ୍‌ ସରିବା ପରେ ସେ କଲେଜ ଗେଟ୍‌ ସମ୍ମୁଖରେ ଛିଡ଼ା ହୋଇଥିଲେ। ସେହି ସମୟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ୭ ଦିନ ବିତି ଗଲାଣି। ହେଲେ ପୁଲିସ୍‌ ମାଡ଼ି ଯାଇଥିବା ଟ୍ରକ୍‌ ଚାଳକ ବା ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଯାହାକୁ ନେଇ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀମାନେ ପ୍ରଥମେ କଲେଜ ଗେଟ୍‌ରେ ତାଲା ପକାଇଥିଲେ। ତା’ପରେ ବିଶାଳ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଯାଇଥିଲେ। ପରେ ଉପଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରିଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଏପରିକି ପାଟଣାଗଡ଼ ତହସିଲଦାର ଧମକ ଚମକ ଦେଇଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଦାବିପତ୍ର ଗ୍ରହଣ ମାମଲାର ତଦନ୍ତ କରାଯିବ ବୋଲି ଉପଜିଲ୍ଲାପାଳ କହିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ୍‌

Accident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe