Advertisment

ପିଇଟି କ୍ଲାସ୍‌ ବେଳେ ତଳେ ପଡ଼ିଗଲେ ଛାତ୍ର, ଚାଲିଗଲା ଜୀବନ

ଡ୍ରିଲ୍‌ କରୁଥିବା ବେଳେ ମହଜିଦ ନୌସାଦ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ଗୁରୁତର ହୋଇ ପଡ଼ିଥିବା ବେଳେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।

School

School

Advertisment

ପିଇଟି କ୍ଲାସ୍‌ ବେଳେ ତଳେ ପଡ଼ି ଗୁରୁତର ହେଲେ ଛାତ୍ର। ଏହାପରେ ତାଙ୍କୁ ବିଭିନ୍ନ ମେଡିକାଲ ନିଆଯାଇଥିବା ବେଳେ ସେଠାରେ କିନ୍ତୁ ସେ ଆଖି ବୁଜିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ଘଟିଛି। ମୃତକ ଦଶମ ଶ୍ରେଣୀ ଛାତ୍ରଙ୍କ ନାମ ମହଜିଦ ନୌସାଦ ବୋଲି ଜଣାଯାଇଛି।

Advertisment

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲରେ ଆଜି ସକାଳେ ପିଇଟି କ୍ଲାସ ହେଉଥିଲା। ଏହି ସମୟରେ ଡ୍ରିଲ୍‌ କରୁଥିବା ବେଳେ ମହଜିଦ ନୌସାଦ ତଳେ ପଡ଼ି ଯାଇଥିଲେ। ଏହାପରେ ସେ ଗୁରୁତର ହୋଇ ପଡ଼ିଥିବା ବେଳେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାକୁ ରେଫର କରିଦେଇଥିଲେ।

ତୁରନ୍ତ ତାଙ୍କୁ ରାଉରକେଲା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏଥିସହ ମହଜିଦ ନୌସାଦଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Advertisment
Unnatural Death Sundargarh Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe