Advertisment

ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଛାତ୍ର ମୃତ

ନାରାୟଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Deadbody

Deadbody

ପାଣି ଟାଙ୍କି କାନ୍ଥ ଭୁଶୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସାରଗାଁ ପଦ୍ମପୁରସ୍ଥିତ ଘରୋଇ ଇଂରାଜୀ ମିଡିୟମ୍ ସ୍କୁଲରେ। ମୃତକ ହେଲେ ୧୦ ବର୍ଷର ଛାତ୍ର ନାରାୟଣ ଟୁଡୁ।

Advertisment

ନାରାୟଣ ସ୍କୁଲ ହଷ୍ଟେଲରେ ରୁହନ୍ତି। ଆଜି ସକାଳେ ଜଳିଖିଆ ଖାଇ ସାରି ହାତ ଧୋଇବାକୁ ପାଣି ଟାଙ୍କି ନିକଟରେ ଥିବା ଟ୍ୟାପ ପାଖକୁ ଯାଇଥିଲେ। ଏହି ସମୟରେ ପାଣି ଟାଙ୍କିର କାନ୍ଥଟି ପିଲାଟି ଉପରେ ଭୁଶୁଡ଼ି ପଡ଼ିଥିଲା।

ପିଲାଟି ତା’ ତଳେ ଚାପି ହୋଇଯାଇଥିଲା। ପରେ ନାରାୟଣଙ୍କୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ନାରାୟଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ଛାନ୍‌ଭିନ୍‌ କରୁଛି। 

Advertisment
Balasore