Advertisment

ଗଣେଶ ପୂଜାରେ ଅଘଟଣ, ମୂର୍ତ୍ତିରେ ଲାଗିଗଲା ୧୧ କେଭି ତାର

ଆଜି ସକାଳେ ଛାତ୍ରଛାତ୍ରୀ ଏକ ବଡ଼ ଗଣେଶ ମୂର୍ତ୍ତିଟିକୁ ଗୀତ ବଜାଇ କଲେଜକୁ ଆଣୁଥିଲେ।

author-image
Tapaswini Nayak
cuttack

cuttack

ଗୀତ ବଜାଇ, ହରିବୋଲ ପକାଇ ବିଘ୍ନ ବିନାଶନ ଗଜାନନଙ୍କୁ ନିଜ କଲେଜକୁ ଟ୍ରାକ୍ଟରରେ ଆଣୁଥିଲେ ଛାତ୍ରଛାତ୍ରୀ। ହେଲେ ସେମାନଙ୍କ ସେହି ଖୁସି ବେଶୀ ସମୟ ରହି ନଥିଲା। କ୍ଷଣିକ ଭିତରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା। ଅଧାବାଟରେ ଗଣେଶ ମୂର୍ତ୍ତିଟି ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇଥିଲା। ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଛାତ୍ର ଆହତ ହୋଇଛନ୍ତି।  ଏପରି ଦୁଃଖଦ ଘଟଣା ଘଟିଛି କଟକ ନରାଜ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରେ। ଆହତ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ନରାଜ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ କିଛି ଛାତ୍ରଛାତ୍ରୀ ଗୋଡ଼ିପାଟଣା ଅଞ୍ଚଳରୁ ଏକ ବଡ଼ ଗଣେଶ ମୂର୍ତ୍ତିଟିକୁ ଗୀତ ବଜାଇ, ବାଜାବଜାଇ,ଟ୍ରାକ୍ଟର ଯୋଗେ ନିଜ କଲେଜକୁ ଆଣୁଥିଲେ। ଏହି ସମୟର ଭିଡିଓ ନିଜ ସୋଶାଆଲ୍ ମିଡିଆରେ ଷ୍ଟାଟସ୍ ରଖିଥିଲୋ। ପିଲାମାନଙ୍କର ଏହି ଖୁସି ବେଶୀ ସମୟ ରହି ନଥିଲା। ଅଧାରାସ୍ତାରେ ଗଣେଶ ମୂର୍ତ୍ତିଟି ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇଥିଲା। ଗାଡ଼ିଟି ଚାର୍ଜ ହୋଇଯାଇଥିଲା। ମୂର୍ତ୍ତି ପାଖରେ ଠିଆ ହୋଇଥିବା ପିଲାମାନେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

ଦୁର୍ଘଟଣାରେ ଜଣେ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ପିଲାମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

Advertisment
Cuttack Deadbody