Advertisment

କାଶତଣ୍ଡି ଧରି ରିଲ୍ସ କରୁଥିବା ବେଳେ ଖସି ପଡ଼ିଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ସାଥୀ

ରିଲ୍‌ସ କରୁଥିବା ବେଳେ ପାଣି ଭିତରେ ଖସି ପଡ଼ିଥିଲେ ଛାତ୍ରୀ। ତାଙ୍କୁ ଉଦ୍ଧାର କରିବା ପାଇଁ ଖଣି ଭିତରକୁ ଲମ୍ଫ ମାରିଥିଲେ ଆଶୁତୋଶ। କଷ୍ଟେମଷ୍ଟେ ସାଥୀଙ୍କୁ ଉଦ୍ଧାର କରିଥିଲେ। ହେଲେ ସେ ନିଜେ ପାଣିରୁ ବାହାରି ପାରିନଥିଲେ।

Khordha

Khordha

Advertisment

କାଶତଣ୍ଡି ଫୁଲ୍‌ ଧରି ରିଲ୍‌ସ କରୁଥିବା ବେଳେ ପଥର ଖଣିରେ ଖସି ପଡ଼ିଲେ ଛାତ୍ରୀ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ବୁଡ଼ିଗଲେ ସାଥୀ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଓଡ଼ିଶାର ଲଦାଖ କୁହାଯାଉଥିବା ଖୋର୍ଦ୍ଧାର ତାପଙ୍ଗରେ ଘଟିଛି। ୩ ଘଣ୍ଟାର ଖୋଜାଖୋଜି ପରେ ଛାତ୍ରର ମୃତଦେହ ପାଣି ଭିତରୁ ଉଦ୍ଧାର କରାଯାଇଛି।

Advertisment

କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଏକ ମହାବିଦ୍ୟାଳୟରେ ପଢ଼ନ୍ତି ଆଶୁତୋଷ ବେହେରା। ଆଜି ସେ ତାଙ୍କର ୫ ସାଙ୍ଗଙ୍କ ସହ ଓଡ଼ିଶାର ଲଦାଖ କୁହାଯାଉଥିବା ଖୋର୍ଦ୍ଧାର ତାପଙ୍ଗ ନିକଟସ୍ଥ ବଡସାଉଳି ପାହାଡ଼ର ଖଣି ଦେଖିବା ପାଇଁ ଯାଇଥିଲେ। ସେଥିରେ ଆଶୁତୋଷଙ୍କ ସମେତ ଚାରି ଛାତ୍ର ଓ ଦୁଇ ଛାତ୍ରୀ ଥିଲେ। ସେଠାରେ ପହଞ୍ଚିବା ସେମାନେ ବହୁ ଉତ୍ପାତ କରିଥିଲେ। ପରେ ଜଣେ ଛାତ୍ରୀ ଆକାତକାତ ପାଣି ଥିବା ଖଣି ପାଖରେ ଛିଡ଼ା ହୋଇ ହାତରେ କାଶତଣ୍ଡି ଫଳ ଧରି ରିଲ୍ସ କରୁଥିଲେ।

ରିଲ୍‌ସ କରୁଥିବା ବେଳେ ପାଣି ଭିତରେ ଖସି ପଡ଼ିଥିଲେ ଛାତ୍ରୀ। ତାଙ୍କୁ ଉଦ୍ଧାର କରିବା ପାଇଁ ଖଣି ଭିତରକୁ ଲମ୍ଫ ମାରିଥିଲେ ଆଶୁତୋଶ। କଷ୍ଟେମଷ୍ଟେ ସାଥୀଙ୍କୁ ଉଦ୍ଧାର କରିଥିଲେ। ହେଲେ ସେ ନିଜେ ପାଣିରୁ ବାହାରି ପାରିନଥିଲେ। ଅକାତ କାତ ପାଣି ଭିତରେ ବୁଡ଼ି ଯାଇଥିଲେ। କିଛି ଉପାୟ ନପାଇ ଆଶୁତୋଷଙ୍କ ସାଥୀମାନେ ଏନେଇ ଖୋର୍ଦ୍ଧା ସଦର ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ସଙ୍ଗେ ସଙ୍ଗେ ଖଣି ଅଞ୍ଚଳରେ ପହଞ୍ଚିଥିବା ବେଳେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା।

Advertisment

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ବହୁ ଖୋଜାଖୋଜି ପରେ ଆଶୁତୋଷଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସମସ୍ତଙ୍କୁ ଥାନାରେ ଅଟକ ରଖିଛି।

ସୂଚନାରୁ ପ୍ରକାଶ, ପଥର ମାଫିଆମାନେ ବଡ଼ସାଉଳି ପାହାଡ଼କୁ ଖୋଳି ଦେଇଛନ୍ତି। ସେଠାରେ ଏବେ ପ୍ରବଳ ପାଣି ଜମି ରହିଛି। ପାହାଡ଼ ଭିତରେ ଗଭୀର ଖଣିଟି ଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟନ୍ତ ଅତିବ ମନୋରମ। ସେଥିପାଇଁ ବହୁ ଯୁବପିଢି ସେଠାକୁ ରିଲ୍ସ କରିବା ପାଇଁ ଯାଇ ଦୁର୍ଘଟଣାରେ ଶିକାର ହେଉଛନ୍ତି। ଯେଉଁଥିପାଇଁ ସେହି ଅଞ୍ଚଳକୁ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ। ଏହା ସତ୍ତ୍ୱେ ଯୁବକ ଯୁବତୀମାନେ ରିଲ୍ସ କରିବାକୁ ଯାଇ ବିପଦକୁ ନିମନ୍ତ୍ରଣ ଦେଉଛନ୍ତି।

ରିପୋର୍ଟ-ଖୋର୍ଦ୍ଧାରୁ ବଳରାମ ଲେଙ୍କା

Accident Khordha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe