Advertisment

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହେଲା ସ୍କୁଟି, ଛାତ୍ରଙ୍କ ମୃତ୍ୟୁ

ସତ୍ୟବ୍ରତ ନାୟକ, ଲକି ଦାସ ଓ ବିଜୟ ପରିଡ଼ା ଚାନ୍ଦବାଲି କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି। ଆଜି ତିନି ସାଙ୍ଗ ସ୍କୁଟିରେ କଲେଜ ଯାଉଥିଲେ। ତେବେ ଚାନ୍ଦବାଲି କଲେଜ ଇଣ୍ଡୋର ଷ୍ଟାଡିୟମ୍‌ ରୋଡରେ ସେମାନଙ୍କ ସ୍କୁଟିଟି ରାସ୍ତା ପାର୍ଶ୍ୱ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା।

author-image
Manoranjan Sial
Accident

Accident

ତିନି ସାଙ୍ଗ ସ୍କୁଟି ଚଳାଇ କଲେଜ ଯାଉଥିଲେ। ଦୁର୍ଭାଗ୍ୟକୁ ସେମାନଙ୍କ ସ୍କୁଟିଟି ଯାଇ ରାସ୍ତା ପାର୍ଶ୍ୱ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି।

Advertisment

ସତ୍ୟବ୍ରତ ନାୟକ, ଲକି ଦାସ ଓ ବିଜୟ ପରିଡ଼ା ଚାନ୍ଦବାଲି କଲେଜରେ ଯୁକ୍ତ ଦୁଇରେ ପାଠ ପଢ଼ନ୍ତି। ଆଜି ତିନି ସାଙ୍ଗ ସ୍କୁଟିରେ କଲେଜ ଯାଉଥିଲେ। ତେବେ ଚାନ୍ଦବାଲି କଲେଜ ଇଣ୍ଡୋର ଷ୍ଟାଡିୟମ୍‌ ରୋଡରେ ସେମାନଙ୍କ ସ୍କୁଟିଟି ରାସ୍ତା ପାର୍ଶ୍ୱ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ସତ୍ୟବ୍ରତ ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକି ଦାସ ଓ ବିଜୟ ପରିଡ଼ା ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ପ୍ରଥମେ ଚାନ୍ଦବାଲି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ରିପୋର୍ଟ-ଚାନ୍ଦବାଲିରୁ ତ୍ରିଲୋଚନ ସାହୁ

Accident Bhadrak News Bhadrak