Advertisment

‘ପାଣ୍ଡିଆନଙ୍କ ଗସ୍ତ ପାଇଁ ସ୍କୁଲ ଛୁଟି କରିବାରୁ ମୋ ପୁଅ ପାଣିରେ ବୁଡ଼ିଗଲା!’

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କର ଗତକାଲି କଟକ ବାଲିଯାତ୍ରା ପଡ଼ିଆରେ କାର୍ଯ୍ୟକ୍ରମ ଥିଲା।

ଅଦ୍ୟତନ ହୋଇଛି
drowned

drowned

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ ସାର୍ ଆସିଥିଲେ ବୋଲି ଅଧାରୁ ସ୍କୁଲ ଛୁଟି କିରି ଦିଆଗଲା। ମୋ ପିଲା ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ିଗଲା। ଏପରି କହିଛନ୍ତି କଟକ ନାରାଜ ନିକଟରେ ମହାନଦୀରେ ଭାସିଯାଇ ନିଖୋଜ ଥିବା ଜଣେ ପିଲାର ବାପା।

Advertisment

ସେ ଆହୁରି କହିଛନ୍ତି, ପାଣ୍ଡିଆନ ସାର୍ ଗତକାଲି କଟକ ଆସିଥିଲେ। ବାଲିଯାତ୍ରା ପଡ଼ିଆରେ ତାଙ୍କର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ସ୍କୁଲ ଛୁଟି କରି ଦିଆଯାଇଥିଲା। ପିଲାମାନଙ୍କୁ ବାଲିଯାତ୍ରା ପଡ଼ିଆରେ ହେଉଥିବା କାର୍ଯ୍ୟକ୍ରମ ଯିବାକୁ କୁହାଯାଇଥିଲା। ସ୍କୁଲ ଛୁଟି ହେବା ବିଷୟରେ ଆମେ ଜାଣିନଥିଲୁ। ସ୍କୁଲ ୭ଟାରୁ ଆରମ୍ଭ ୨ଟାରେ ଛୁଟି ହୁଏ। ୫ଟା ବେଳେ ମୋ ପୁଅ ବୁଡ଼ି ଯାଇଥିବା ମୁଁ ଖବର ପାଇଥିଲି।

କୌଣସି ରାଜନୈତିକ ଲୋକ କିମ୍ବା କୌଣସି ଅଫିସର ଆସିଲେ ସ୍କୁଲ କଲେଜ ଛୁଟି କରିଦେବା ବେଆଇନ। ଏପରି ଘଟଣା ଆଉ ଯେପରି ଭାରତ ବର୍ଷ କି ଓଡ଼ିଶାରେ ନ ହେଉ ବୋଲି ସେ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କର ଗତକାଲି କଟକ ବାଲିଯାତ୍ରା ପଡ଼ିଆରେ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ସେ କଟକରେ ଥିବା ଜୁନିଅର ଓ ଡିଗ୍ରୀ କଲେଜର ପିଲାମାନଙ୍କ ସହ ଆଲୋଚନା କରିଥିଲେ। ଏଥିପାଇଁ କଟକର କିଛି ଘରୋଇ କଲେଜ ଓ ସରକାରୀ କଲେଜକୁ ଛୁଟି କରି ଦିଆଯାଇଥିଲା।

ସ୍କୁଟି ହୋଇଯିବାବ ପରେ ଗତକାଲି ମଧ୍ୟାହ୍ନରେ ସମୟରେ କଟକର ଏକ ଘରୋଇ ସ୍କୁଲର ଯୁକ୍ତ ଦୁଇ ପ୍ରଥମ ବର୍ଷର  ମୋଟ ୮ ଜଣ ଛାତ୍ର ନରାଜ ନିକଟସ୍ଥ ସିଦ୍ଧେଶ୍ୱର ପାହାଡ଼ ନିକଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବେଳେ ୨ଜଣ ଛାତ୍ର ବୁଡ଼ିଯାଇଥିଲେ।

ଏବେ ବି ଦୁଇ ଛାତ୍ର ନିଖୋଜ ଅଛନ୍ତି। ତାଙ୍କର କୌଣସି ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ଖୋଜାଖୋଜି ଜାରି ରଖିଛନ୍ତି। ନଦୀକୂଳରେ ଉକ୍ତ ଦୁଇ ଛାତ୍ରଙ୍କ ବ୍ୟାଗ, ଜୋତା ସହିତ ସ୍କୁଟି ଥିଲା। 

Cuttack Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe