Advertisment

ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ; ଖିଅ ପାଉନି ପୁଲିସ୍‌

ମାମଲାର ତଦନ୍ତ ବେଳେ ସୁସ୍ମିତାଙ୍କ ବ୍ୟକ୍ତିଗତ ଜୀବନର କିଛି ଦିଗ ସାମ୍ନାକୁ ଆସିଛି। ପୁଲିସ୍‌ ସେ ଦିଗରେ ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ ଗତ ୧୬ ତାରିଖରେ ଫ୍ୟାମିଲି କୋର୍ଟରେ ସୁସ୍ମିତାଙ୍କର ଛାଡ଼ପତ୍ର ମାମଲାର ଶୁଣାଣି ଥିଲା।

Susmita

Susmita

Advertisment

କେମିତି ହେଲା ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁ? କେଉଁ ପରିସ୍ଥିତିରେ ପୋଖରୀରୁ ଉଦ୍ଧାର ହେଲା ଲେଡି ଅଫିସରଙ୍କ ମୃତଦେହ? ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ ? ସୁସ୍ମିତା ମିଂଜଙ୍କ ମୃତ୍ୟୁକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସର ହାତ ଖାଲି। ଆଜି ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜାଣିପାରୁନି ପୁଲିସ୍‌।

Advertisment

ସେପଟେ ମୃତ୍ୟୁ ପଛର କାରଣ ପର୍ଦ୍ଦାଫାସ ଦାବିରେ ବିକ୍ଷୋଭ ଓ ଗଣଆନ୍ଦୋଳନ ହୋଇଛି। ଆଜି ରାଉରକେଲା ଏଡିଏମ୍‌ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶହ ଶହ ଆଦିବାସୀ। ସୁସ୍ମିତାଙ୍କ ମୃତ୍ୟୁପାଇଁ ସେମାନେ ସିଧା ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି। ଘଟଣା ପଛର ସତ କାଢ଼ିବାକୁ ସିବିଆଇ ତଦନ୍ତ ଦାବି କରିଛି ଆଦିବାସୀ ସଂଘ। ସୁସ୍ମିତାଙ୍କ ପରିବାର ଲୋକେ ମଧ୍ୟ ସମାନ ଅଭିଯୋଗ ଆଣି ଘଟଣା ପାଇଁ ଜିଲ୍ଲାପାଳ ଓ ଏଡିଏମଙ୍କୁ ଦାୟୀ କରିଛନ୍ତି।

ମାମଲାର ତଦନ୍ତ ବେଳେ ସୁସ୍ମିତାଙ୍କ ବ୍ୟକ୍ତିଗତ ଜୀବନର କିଛି ଦିଗ ସାମ୍ନାକୁ ଆସିଛି। ପୁଲିସ୍‌ ସେ ଦିଗରେ ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁସାରେ ଗତ ୧୬ ତାରିଖରେ ଫ୍ୟାମିଲି କୋର୍ଟରେ ସୁସ୍ମିତାଙ୍କର ଛାଡ଼ପତ୍ର ମାମଲାର ଶୁଣାଣି ଥିଲା। ସେହିଦିନ ହିଁ ଏଡିଏମ୍‌ ଅଫିସରେ ଏକ ବୈଠକ ଥିଲା। ତେଣୁ ସେ ସକାଳୁ ଘରୁ ଅଫିସ ଆସି ସଂଧ୍ୟାରେ ଆଉ ଫେରିନଥିଲେ। ଝିଅ ଘରକୁ ନଫେରିବାରୁ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ। ଖୋଜାଖୋଜି ପରେ ସେ ରେଲୱେ ଷ୍ଟେସନ ପାଖ ଏକ ହୋଟେଲରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ଉଭୟ ପୁଲିସ ଓ ପରିବାର ଲୋକ ତାଙ୍କୁ ଘରକୁ ଯିବାକୁ କହିଥିଲେ ମଧ୍ୟ ସେ ରାଜି ହୋଇନଥିଲେ। ଆଉ ଏହାର ଦୁଇ ଦିନ ପରେ ଅର୍ଥାତ, ୧୯ ତାରିଖରେ ରାଉରକେଲା ସେଞ୍ଚୁରି ପାର୍କର ଏକ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ୧୬ ତାରିଖରେ ସୁସ୍ମିତା ଭଲରେ ଅଫିସ ଆସି ସଂଧ୍ୟାରେ ଘରକୁ ନଯାଇ ହୋଟେଲରେ ରହିବା ପଛର କାରଣ କଣ? ଘର ଲୋକେ ତାଙ୍କୁ ହୋଟେଲରେ ଭେଟିବା ପରେ ସେ ଘରକୁ ଯିବାକୁ କାହିଁକି ରାଜି ହୋଇନଥିଲେ? ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜିଲ୍ଲାପାଳ ଓ ଏଡିଏମଙ୍କ ପକ୍ଷରୁ କଣ ତାଙ୍କ ଉପରେ ପ୍ରବଳ ଚାପ ଥିଲା କି? ଯଦି ହଁ, ଜିଲ୍ଲାପାଳ ଓ ଏଡିଏମଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି ପୁଲିସ? ସୁସ୍ମିତାଙ୍କ ମୃତ୍ୟୁ ପାଣିରେ ବୁଡ଼ି ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ କହୁଥିଲେ ମଧ୍ୟ ତାଙ୍କ ବେକର ଦାଗ କେଉଁଠୁ ଆସିଲା? ଏପରି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।

ରିପୋର୍ଟ- ରାଉରକେଲାରୁ ପୱନ ତିୱାରୀ

Rourkela Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe