ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲା ରୁଦ୍ରପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ SUV କାର୍ ଇ-ରିକ୍ସାକୁ ଧକ୍କା ଦେବା ଫଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଜ୍ୟୋତି ନାମକ ଜଣେ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଇ-ରିକ୍ସା ଯୋଗେ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ଘରକୁ ଫେରାଇ ଦେଇଥିଲା। ଫେରିବା ବାଟରେ ଏକ SUV କାର୍ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।
ଏଥିରେ ଇ-ରିକ୍ସାରେ ଥିବା ସମସ୍ତ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ସମସ୍ତଙ୍କ ମୃତ୍ୟୁ ଘଟିଛି। ଏପରିକି ଗର୍ଭବତୀ ମହିଳାଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ଏ
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇ-ରିକ୍ସା ଭାଙ୍ଗିରୁଜି ଚୁରମାର୍ ହୋଇ ଯାଇଛି। ସେହିପରି SUV କାର୍ ମଧ୍ୟ ସାମାନ୍ୟ ଭାଙ୍ଗି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।