Advertisment

ଇ-ରିକ୍ସାକୁ ଧକ୍କା ଦେଲା SUV, ଗର୍ଭବତୀ ମହିଳାଙ୍କ ସମେତ ୪ ମୃତ

ପ୍ରସବ ଯନ୍ତ୍ରଣା ହେବାରୁ ଜଣେ ମହିଳାଙ୍କୁ ଡାକ୍ତରଖାନା ନେବା ସମୟରେ ଘଟିଥିଲା ଦୁର୍ଘଟଣା।

SUV Car

SUV Car

Advertisment

ଉତ୍ତରାଖଣ୍ଡର ଉଧମ ସିଂହ ନଗର ଜିଲ୍ଲା ରୁଦ୍ରପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ SUV କାର୍ ଇ-ରିକ୍ସାକୁ ଧକ୍କା ଦେବା ଫଳରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଜ୍ୟୋତି ନାମକ ଜଣେ ମହିଳା ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଇ-ରିକ୍ସା ଯୋଗେ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ। ସେଠାରେ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ଘରକୁ ଫେରାଇ ଦେଇଥିଲା। ଫେରିବା ବାଟରେ ଏକ SUV କାର୍ ସେମାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।

ଏଥିରେ ଇ-ରିକ୍ସାରେ ଥିବା ସମସ୍ତ ୪ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ସମସ୍ତଙ୍କ ମୃତ୍ୟୁ ଘଟିଛି। ଏପରିକି ଗର୍ଭବତୀ ମହିଳାଙ୍କ ଜୀବନ ମଧ୍ୟ ଚାଲି ଯାଇଛି। ଏ

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଇ-ରିକ୍ସା ଭାଙ୍ଗିରୁଜି ଚୁରମାର୍ ହୋଇ ଯାଇଛି। ସେହିପରି SUV କାର୍ ମଧ୍ୟ ସାମାନ୍ୟ ଭାଙ୍ଗି ଯାଇଛି। 

Accident SUV Accident Uttarakhand Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe