Advertisment

ଇଟାଲୀରେ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର୍ ଦୁର୍ଘଟଣାରେ 2 ମୃତ

ସ୍ୱାମୀଙ୍କ ସହ ଇଟାଲୀରେ ଛୁଟି ମନାଉଥିବା ସମୟରେ ଦୁର୍ଘଟଣା। ଏକ ଗ୍ରାମୀଣ ସଡକରେ ଦ୍ରୁତଗତିରେ ଏକାଧିକ କାରକୁ ଧକ୍କା ଦେଲା ଯୋଶୀଙ୍କ କାର୍...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଶାହରୁଖ ଖାନଙ୍କ ସ୍ୱଦେଶ ସିନେମାରେ ଅଭିନୟ କରିଥିବା ଗାୟତ୍ରୀ ଯୋଶୀ ଦୁର୍ଘଟଣାର ଶିକାର। ଇଟାଲୀର ଏକ ଗ୍ରାମୀଣ ସଡକରେ ଯିବା ସମୟରେ ଯୋଶୀ ଏବଂ ତାଙ୍କ ସ୍ୱାମୀ ବିକାଶ ଓବ୍ରଏ ଏକାଧିକ କାରକୁ ଧକ୍କା ଦେଇଛନ୍ତି। 

Advertisment

ସର୍ଡିନରେ ଏହି ଦୁର୍ଘଟଣା ଘଟିଛି। ଯୋଶୀ ଏବଂ ତାଙ୍କ ସ୍ୱାମୀଙ୍କ କାର୍ ଏକାଧିକ କାର୍ ଏବଂ ଏକ କ୍ୟାମ୍ପରକୁ ଧକ୍କା ଦେବା ଫଳରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ଏଥିରେ ଏକ କ୍ୟାମ୍ପର ମଧ୍ୟ ଓଲଟି ପଡିଛି। ସୌଭାଗ୍ୟବଶତଃ ଦମ୍ପତି ସୁରକ୍ଷିତ ଥିବା ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି। ମାତ୍ର ଅନ୍ୟ ଏକ କାରରେ ଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଏକାଧିକ କାର୍ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି।

Advertisment

ମିଡିଆ ରିପୋର୍ଟ ଅନୁସାରେ, ଯୋଶୀଙ୍କ ଗାଡି ଯାଇ ଅନ୍ୟ ଗାଡିକୁ ଧକ୍କା ଦେବା ଫଳରେ ଏକ କାର୍ ଜଳିଯାଇଛି। ଏଥିରେ ଥିବା ମେଲିସା କ୍ରୋଟଲି(63) ଏବଂ ମର୍କୋସ କ୍ରୋଟଲି(67)ଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ। ସେମାନଙ୍କ ଘର ସ୍ୱିଜରଲାଣ୍ଡରେ।  ଦୁର୍ଘଟଣା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। 

ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିବା ଗାୟତ୍ରୀ ଯୋଶୀ ଏକ ଭିଡିଓ ଜକି ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। 2000 ରେ ଫେମିନା ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟାଇଟଲ୍ ଜିତିବା ପରେ ସେ ମିସ୍ ଇଣ୍ଟରନ୍ୟାସନାଲ୍ 2000 ରେ ଭାରତରୁ ପ୍ରତିନିଧିତ୍ୱ କରିଥିଲେ। 

Swades Indian Actress Gayatri Joshi Accident News Gayatri Joshi Swades Actor Gayatri