Advertisment

ସାଙ୍ଗମାନଙ୍କ ସହ ଗାଧୋଉଥିଲେ; ନଦୀରେ ଭାସିଗଲେ ଛାତ୍ର

ଆଜି କୌଶିକ ନିଜ ସାଙ୍ଗମାନଙ୍କ ସହ ଚିତ୍ରତ୍ପୋଳା ନଦୀକୁ ଗାଧୋଇବାକୁ ଯାଇଥିଲେ।

Drowning

Drowning

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଚିତ୍ରତ୍ପୋଳା ନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଭାସିଗଲେ ଛାତ୍ର। ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରଙ୍କୁ ଖୋଜାଖୋଜି କରୁଛନ୍ତି। ନିଖୋଜ ଛାତ୍ର ଜଣଙ୍କ ହେଲେ କୌଶିକ ବାରିକ। ତାଙ୍କ ଘର ପାଟକୁରା ଜଗନ୍ନାଥପୁର ଗାଁର ବୋଲି ଜଣାଯାଇଛି।

Advertisment

ଆଜି କୌଶିକ ନିଜ ସାଙ୍ଗମାନଙ୍କ ସହ ଚିତ୍ରତ୍ପୋଳା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା କାରଣରୁ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ନଦୀରେ ଭାସିଯାଇଥିଲେ। ସାଙ୍ଗମାନେ କୌଶିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଉଦ୍ଧାର କରିପାରି ନଥିଲେ। ପରେ ଘଟଣା ବିଷୟରେ କୌଶିକଙ୍କ ପରିବାରଙ୍କୁ ଜଣାଇଥିଲେ। ପରିବାର ଲୋକେ ଅଗ୍ନନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ହେଲେ ଛାତ୍ରଙ୍କର ମିଳିନାହିଁ। 

Drowning Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe