Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିଲେ ତହସିଲଦାର, ପିଟିଦେଲା କାର୍‌

ଦୁର୍ଘଟଣାଗ୍ରସ୍ତ ହେଲା ତହସିଲଦାରଙ୍କ ଗାଡ଼ି। ସାମନାସାମନି ପିଟିଦେଲା ଆଉ ଏକ କାର୍‌। ଏହି ଦୁର୍ଘଟଣାରେ ଦୁଇ ଗାଡ଼ି ଭାଙ୍ଗି ଚୁରମାର ହୋଇଯାଇଛି।

author-image
Niharika Rout
Accident

Accident

ଦୁର୍ଘଟଣାଗ୍ରସ୍ତ ହେଲା ତହସିଲଦାରଙ୍କ ଗାଡ଼ି। ସାମନାସାମନି ପିଟିଦେଲା ଆଉ ଏକ କାର୍‌। ଏହି ଦୁର୍ଘଟଣାରେ ଦୁଇ ଗାଡ଼ି ଭାଙ୍ଗି ଚୁରମାର ହୋଇଯାଇଛି। ଏପରି ଏକ ଦୁର୍ଘଟଣା ଆଜି ସକାଳେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ ଘଟିଛି। ନାକଟିଦେଉଳ ତହସିଲଦାର ଅମର ଜେ. ଡୁଙ୍ଗଡୁଙ୍ଗଙ୍କ ସରକାରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେ ସୁରକ୍ଷିତ ଥିବା ଜଣାଯାଇଛି।

Advertisment

ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମ ନିମନ୍ତେ ମାଜିଷ୍ଟ୍ରେଟ ଦାୟିତ୍ୱ ଥିବା ନାକଟିଦେଉଳ ତହସିଲଦାର ସକାଳେ ସରକାରୀ ଗାଡ଼ିରେ ସମ୍ବଲପୁର ଅଭିମୁଖେ ଯାଉଥିଲେ।

ମାତ୍ର ରେଢ଼ାଖୋଲ ସହରର ଦେହୁରୀ ସାହି ଛକ ନିକଟରେ ଏକ କାର ସହ ତହସିଲଦାରଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ତହସିଲଦାର ଓ ଅନ୍ୟମାନେ ସୁରକ୍ଷିତ ଅଛନ୍ତି।

Advertisment

ଦୁର୍ଘଟଣା ପରେ ତହସିଲଦାର ଅନ୍ୟ ଏକ କାରରେ ସମ୍ବଲପୁର ଅଭିମୁଖେ ଚାଲି ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହୟ୍ଚି ଉଭୟ ଗାଡ଼ି କୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି।

Accident Sambalpur