Advertisment

ହଠାତ୍‌ ଲିକ୍‌ ହେଲା ବିଷାକ୍ତ ଗ୍ୟାସ୍‌, ୫ ଗୁରୁତର

ଗତ ରାତିରେ ଏନ୍ନୋରରେ ଏକ ପାଇପ୍‌ ଲିକ୍‌ ହୋଇ ଏହି ବିଷାକ୍ତ ଗ୍ୟାସ୍‌ ବାୟୂମଣ୍ଡଳରେ ମିଶି ଯାଇଥିଲା। ଫଳରେ ତୁରନ୍ତ ଲୋକେ ଅଣନିଶ୍ୱାସୀ ହୋଇ ପଡ଼ିବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ।

Gas Leak

Gas Leak

Advertisment

ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୫ ଗୁରୁତର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ତାମିଲନାଡ଼ୁର ଏନ୍ନୋର ଅଞ୍ଚଳରେ ଘଟିଛି।

Advertisment

ଗତ ରାତିରେ ଏନ୍ନୋରରେ ଏକ ପାଇପ୍‌ ଲିକ୍‌ ହୋଇ ଏହି ବିଷାକ୍ତ ଗ୍ୟାସ୍‌ ବାୟୂମଣ୍ଡଳରେ ମିଶି ଯାଇଥିଲା। ଫଳରେ ତୁରନ୍ତ ଲୋକେ ଅଣନିଶ୍ୱାସୀ ହୋଇ ପଡ଼ିବା ସହ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି।

ଖବର ପାଇ ତୁରନ୍ତ ପୁଲିସ୍‌, ପ୍ରଶାସନିକ ଟିମ୍‌ ପହଞ୍ଚି ଲିକ୍‌ ହୋଇଥିବା ପାଇପ୍‌ର ମରାମତି କରିଥିଲେ। ଏହାପରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ ବନ୍ଦ ହୋଇଥିଲା। ଏବେ ଆଉ କୌଣସି ଚିନ୍ତାଜନକ ବିଷୟ ନ ଥିବା ସ୍ଥାନୀୟ ମେୟର ସୂଚନା ଦେଇଛନ୍ତି।

Advertisment

ବିଷାକ୍ତ ଗ୍ୟାସ୍‌ ନିର୍ଗତ ଯୋଗୁ ବହୁ ଲୋକ ଘର ଛାଡ଼ି ପଳାଇଥିବା ବେଳେ ଧୀରେ ଧୀରେ ସେମାନେ ଘରମୁହାଁ ହେଉଥିବା ଜଣାଯାଇଛି।

Tamilnadu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe