Advertisment

ଶୋଇପଡ଼ିଲେ ଡ୍ରାଇଭର, ଚା' ଦୋକାନ ଭିତରେ ପଶିଗଲା ଟ୍ରକ୍‌, ୫ ମୃତ

ସମସ୍ତ ମୃତକ ଓ ଆହତ ବ୍ୟକ୍ତି କେରଳର ରାମେଶ୍ୱରମ୍‌ ଓ ସାବରିମାଲା ମନ୍ଦିର ଅଭିମୁଖେ ଯାଉଥିଲେ।

Accident

Accident

Advertisment

'ନଜର ହଟି ତୋ ଦୁର୍ଘଟଣା ଘଟି'। ଏହି ଉକ୍ତିଟି ସତ ହୋଇଛି। ଗାଡ଼ି ଚଳାଇବା ବେଳେ ହଠାତ୍‌ ଶୋଇପଡିଲେ ଡ୍ରାଇଭର। ଫଲରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍‌ ଚା' ଦୋକାନ ଭିତର ପଶି ଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁର ପୁଡୁକ୍କୋଟ୍ଟଇ ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ଶନିବାର ଭୋରୁ ରେପୁଡୁ‌କ୍କୋଟ୍ଟାଇ ଜିଲ୍ଲା ଦେଇ ଯାଇଥିବା ତିରୁଚି-ରାମେଶ୍ୱରମ୍‌ ଜାତୀୟ ରାଜପଥରେ ଗୋଟାଏ ଦ୍ରୁତଗାମୀ ଟ୍ରକ୍‌ ଚା' ଦୋକାନ ଭିତରେ ପଶି ଯାଇଛି। ଟ୍ରକ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ୧୯ ଜଣ ଆହତ ହୋଇଛନ୍ତି। ସେପଟେ ଦୁର୍ଘଟଣାରେ ଆହତ ହୋଇଥିବା ୩୯ ବର୍ଷିୟ ଟ୍ରକ୍‌ ଡ୍ରାଇଭର୍‌ ମାଣିକନନ୍ଦନଙ୍କ ପୁଲିସ ଗିରଫ କରିଛି। ତାଭ୍କ ନାଁ’ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ।

ପୁଲିସ ସୂଚନା ମୁତାବକ, ନମନସମୁଥିରମ୍‌ ଥାନା ଅନ୍ତର୍ଗତ ସେବାସ୍ତିୟାପୁରମ୍‌ ନିକଟରେ ରାତି ପ୍ରାୟ ୧୨.୨୦ରେ ଏହି ଦୁର୍ଘଟଣା ଘଟିଛି। ସିମେଣ୍ଟ ବସ୍ତା ନେଇ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଅରିୟାଲୁର ଜିଲ୍ଲାରୁ ଶିବଗଙ୍ଗା ଜିଲ୍ଲାକୁ ଯାଉଥିଲା। ତେବେ ଏହି ସମୟରେ ଡ୍ରାଇଭର୍‌ ‌ଶୋଇପଡ଼ିବାରୁ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ୱରେ ଠିଆ ହୋଇଥିବା ଦୁଇଟି ପର୍ଯ୍ୟଟକ ଭ୍ୟାନ୍‌ ଓ ଗୋଟାଏ କାର୍‌କୁ ଧକ୍କା ଦେଇ ଏକ ଚା' ଦୋକାନ ଭିତରକୁ ପଶି ଯାଇଥିଲା।

Advertisment

ଭ୍ୟାନ୍‌ରେ ଥିବା ଓ ଚା ଦୋକାନ ପାଖରେ ଠିଆ ହୋଇଥିବା ଯାତ୍ରୀମାନେ କେରଳର ରାମେଶ୍ୱରମ୍‌ ଓ ସାବରିମାଲା ଅଭିମୁଖେ ଯାଉଥିଲେ। ଏମାନେ ରାସ୍ତାରେ ଠିଆ ହୋଇ ଚା' ପିଉଥିଲେ। ଏହି ସମୟରେ ଟ୍ରକ୍‌ ଏମାନଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣାରେ ଅହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସମସ୍ତ ତୀର୍ଥଯାତ୍ରୀ ଚେନ୍ନାଇ ଓ ତିରୁବଲ୍ଲୁର ଜିଲ୍ଲାର ବାସିନ୍ଦା ବୋଲି ପୁଲିସ କହିଛି।

Accident Tamilnadu Truck Pilgrims
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe