Advertisment

ମାଡ଼ିଗଲା ଟ୍ୟାଙ୍କର, ଧୂଳିସାତ ହେଲା ଶନି ମନ୍ଦିର

ରାସ୍ତା ପାର୍ଶ୍ୱରେ ଥିବା ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର। ଏହି ଦୁର୍ଘଟଣା ଫଳରେ ମନ୍ଦିରଟି ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇ ଯାଇଥିବା ବେଳେ ଡ୍ରାଇଭରଜଣକ ଗୁରୁତର ହୋଇଛନ୍ତି।

author-image
Niharika Rout
Accident

Accident

ବଲାଙ୍ଗିର ଜିଲ୍ଲା ଗାନ୍ଧିନଗରରେ ଆଜି ଭୋରରୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଥିବା ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର। ଏହି ଦୁର୍ଘଟଣା ଫଳରେ ମନ୍ଦିରଟି ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇ ଯାଇଥିବା ବେଳେ ଡ୍ରାଇଭରଜଣକ ଗୁରୁତର ହୋଇଛନ୍ତି।

Advertisment

ଦୀର୍ଘ ଦିନ ହେବ ବଲାଙ୍ଗିର ବାଇପାସ୍‌ କାମ ଚାଲିଥିବା ବେଳେ ଭାରିଯାନ ବଜାର ମଧ୍ୟ ଦେଇ ଯାତାୟତ କରୁଛି। ରାତି ୧୨ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଗାନ୍ଧିନଗର ସହର ମଧ୍ୟରେ ଭାରିଯାନ ଚଳାଚଳ କରିଥାଏ।

ଆଜି ଭୋର ସମୟରେ ଟ୍ୟାଙ୍କରଟି ବଜାର ମଧ୍ୟରେ ଯାଉଥିବା ବେଳେ କୌଣସି କାରଣବଶତଃ ଡ୍ରାଇଭରଜଣକ ଭାରସାମ୍ୟ ହରାଇ ବସିଥିଲେ। ଏହାପରେ ଦ୍ରୁତ ଗତିରେ ଥିବା ଗାଡ଼ିଟି ନିକଟରେ ଥିବା ଶନି ମନ୍ଦିର ଉପରେ ଚଢ଼ି ଯାଇଥିଲା। ଫଳରେ ମନ୍ଦିର ସମେତ ବିଗ୍ରହ ବି ମାଟିରେ ମିଶି ଯାଇଛି।

Advertisment

ଏହି ଦୁର୍ଘଟଣା ପରେ ଡ୍ରାଇଭରଜଣକ ଗାଡ଼ି ଭିତରେ ଫସି ରହିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ତାଙ୍କୁ ଗାଡ଼ି ଭିତରୁ ବାହର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଏହି ଦୁର୍ଘଟଣାରେ ଶନି ମନ୍ଦିର ଭାଙ୍ଗିରୁଜି ଯାଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି।

Accident Bolangir