Advertisment

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତପସ୍ୱିନୀ ଏକ୍ସପ୍ରେସ୍‌; ଟ୍ରାକ୍‌କୁ ପଳାଇ ଆସିଲା ଆମ୍ୱୁଲାନ୍ସ

ବ୍ରେକ୍‌ ମାରିଥିଲେ ସୁଦ୍ଧା ଟ୍ରେନ୍‌ ଇଞ୍ଜିନ୍‌ଟି ଯାଇ ଆମ୍ୱୁଲାନ୍ସକୁ ପିଟି ଦେଇଥିଲା। ଆମ୍ୱୁଲାନ୍ସ ଡ୍ରାଇଭର ଓ ସହଯୋଗୀ ଡେଇଁ ପଡ଼ିଥିବାରୁ ଜୀବନ ବର୍ତ୍ତି ଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Train

Rayagada

ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ତପସ୍ୱିନୀ ଏକ୍ସପ୍ରେସ୍‌। ଲୋକୋ ପାଇଲଟ୍‌ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍‌ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ବେଆଇନ୍‌ ଭାବେ ଟ୍ରାକ୍‌ ଅତିକ୍ରମ କରୁଥିବା ମୋ’ ପରିବାର ଆମ୍ୱୁଲାନ୍ସକୁ ଧକ୍କା ଦେଇଥିଲା ଟ୍ରେନ୍‌। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକରେ ଘଟିଛି।

Advertisment

ଓଡ଼ିଶା ମୋ’ ପରିବାର ଆମ୍ବୁଲାନ୍ସ କଲ୍ୟାଣସିଂହପୁରରୁ ରୋଗୀ ଧରି ବିଷମକଟକ ହସ୍ପିଟାଲ୍‌ ଯାଇଥିଲା। ସେଠାରେ ରୋଗୀ ଛାଡ଼ି ଆମ୍ୱୁଲାନ୍ସଟି ଫେରୁଥିଲା। ତେବେ ପାଖ ହେବ ବୋଲି ଭାବି ଆମ୍ୱୁଲାନ୍ସ ଡ୍ରାଇଭର ବିଷମକଟକ ବୃନ୍ଦାବାଡ଼ି ଛକରେ ଥିବା ବିନା ପଞ୍ଜୀକୃତ କ୍ରସିଂରେ ଟ୍ରାକ୍‌ ଅତିକ୍ରମ କରୁଥିଲା। ଠିକ୍‌ ସେହି ସମୟରେ ସେହି ଟ୍ରାକ୍‌ରେ ଆସୁଥିଲା ତପସ୍ୱିନୀ ଏକ୍ସପ୍ରେସ୍‌। ଟର୍ଣ୍ଣିଂ ଥିବାରୁ ଲୋକୋ ପାଇଲଟ୍‌ ଟ୍ରେନ୍‌ର ବେଗ କମାଇ ଥିଲେ। ସେତିକି ବେଳେ ଟ୍ରାକ୍‌ରେ ଆମ୍ୱୁଲାନ୍ସ ଥିବା ଦେଖିବାକୁ ପାରିଥିଲେ ଲୋକୋ ପାଇଲଟ୍‌। ଆଉ କାଳ ବିଳମ୍ୱ ନକରି ସଙ୍ଗେ ସଙ୍ଗେ ଟ୍ରେନ୍‌ର ବ୍ରେକ୍‌ ମାରିଥିଲେ।

ବ୍ରେକ୍‌ ମାରିଥିଲେ ସୁଦ୍ଧା ଟ୍ରେନ୍‌ ଇଞ୍ଜିନ୍‌ଟି ଯାଇ ଆମ୍ୱୁଲାନ୍ସକୁ ପିଟି ଦେଇଥିଲା। ଆମ୍ୱୁଲାନ୍ସ ଡ୍ରାଇଭର ଓ ସହଯୋଗୀ ଡେଇଁ ପଡ଼ିଥିବାରୁ ଜୀବନ ବର୍ତ୍ତି ଯାଇଛି। ଆଉ ଗୋଟିଏ ବଡ଼ ଧରଣର ଦୁର୍ଘଟଣାର ବର୍ତ୍ତିଗଲା ତପସ୍ୱିନୀ ଏକ୍ସପ୍ରେସ୍। ବର୍ତ୍ତିଯାଇଥିଲା ଟ୍ରେନ୍‌ ଯାତ୍ରୀଙ୍କ ଜୀବନ। ଟ୍ରାକ୍‌ରୁ ଆମ୍ୱୁଲାନ୍ସ ହଟାଯିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି।

Advertisment

ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଆମ୍ବୁଲାନ୍ସଟି ହେଉଛି ବିଜେଡିର। ଓଡ଼ିଶା ମୋ’ ପାରିବାର ନାମରେ ବିଭିନ୍ନ ଗାଁକୁ ଏହି ଆମ୍ୱୁଲାନ୍ସ ଚାଲେ।ସରକାରୀ ଆମ୍ବୁଲାନ୍ସ ନମିଳିଲେ, ଓଡ଼ିଶା ମୋ ପରିବାର ଆମ୍ୱୁଲାନ୍ସ ରୋଗୀ ନେଇଥାଏ। କିନ୍ତୁ ଏହି ଘଟଣା ନେଇ କାହାର ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ

Train Accident Rayagada