Advertisment

ଇଭିଏମ୍‌ ଗ୍ରହଣ କରୁଥିବା ବେଳେ ଟଳିପଡ଼ିଲେ ଶିକ୍ଷକ

ପୁଲିଂ କର୍ମଚାରୀ ଦାୟିତ୍ୱରେ ଥିବା ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶୁଶିଲ କୁମାର ଆଚାର୍ଯ୍ୟଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା

author-image
Biswajit Samal
EVM

EVM

ନିର୍ବାଚନ ଡ୍ୟୁଟି ସମୟରେ ହୃଦଘାତ ଯୋଗୁଁ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। ମୃତକଙ୍କ ନାଁ ହେଉଛି ଶୁଶିଲ କୁମାର ଆଚାର୍ଯ୍ୟ ଓ ତାଙ୍କ ଘର ହେଉଛି ବକଟି ଗାଁରେ ବୋଲି ଜଣାପଡ଼ିଛି।

Advertisment

ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ଟିଟିଲାଗଡ଼ ଡିଏଭି କଲେଜ ଡିସ୍ପୋର୍ଶାଳ ସେଣ୍ଟରରୁ ଭୋଟିଂ ସାମଗ୍ରୀ ସଂଗ୍ରହ କରୁଥିଲେ ପୁଲିଂ କର୍ମଚାରୀ ଶୁଶିଲ। ଏହି ସମୟରେ ଥାର୍ଡ଼ ପୁଲିଂ କର୍ମଚାରୀ ଦାୟିତ୍ୱରେ ଥିବା ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶୁଶିଲ କୁମାର ଆଚାର୍ଯ୍ୟଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଅନ୍ୟ କର୍ମଚାରୀ ମାନେ ସଙ୍ଗେସଙ୍ଗେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତିକରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିତ୍ସାଳୟକୁ ସ୍ଥାନନ୍ତର କରାଯାଇଥିଲା।

ଶୁଶିଲଙ୍କୁ ବଲାଙ୍ଗିରକୁ ନେଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଥିଲା। ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବୀ କରିଛନ୍ତି ବଲାଙ୍ଗିର ପ୍ରାଥମିକ ଶିକ୍ଷକ ସଂଘ।

Advertisment
Odisha Voters EVM