Advertisment

ସ୍କୁଟିକୁ ପିଟିଦେଲା ହାଇୱା: ଝିଅ ମୃତ, ଶିକ୍ଷୟିତ୍ରୀ ଗୁରୁତର

ଆଜି ଗୀତାଞ୍ଜଳି ସ୍କୁଟି ଯୋଗେ ସ୍କୁଲ୍ ଅଭିମୁଖେ ବାହାରିଥିଲେ। ତାଙ୍କ ସହିତ ଝିଅ ଶ୍ରଦ୍ଧାଞ୍ଜଳି ମଧ୍ୟ ଥିଲେ।

Dead

Dead

Advertisment

ହାଇୱା ଧକ୍କାରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଝିଅର ମୃତ୍ୟୁ ହୋଇଯାଇଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଆସିକାର ବଡ଼ଶଙ୍ଖରେ।

Advertisment

ମୃତ ନାବାଳିକାଙ୍କ ନାଁ ଶ୍ରଦ୍ଧାଞ୍ଜଳି (୧୧)। ତାଙ୍କ ମା’ଙ୍କ ନାଁ ଗୀତାଞ୍ଜଳି ମୋହିନୀ। ଧରକୋଟ ଥାନା ଅନ୍ତର୍ଗତ କୁଶରାବ ଗାଁର ଗୀତାଞ୍ଜଳି ଆସିକାର ଜୟପୁର ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଅଛନ୍ତି।

ଆଜି ଗୀତାଞ୍ଜଳି ସ୍କୁଟି ଯୋଗେ ସ୍କୁଲ୍ ଅଭିମୁଖେ ବାହାରିଥିଲେ। ତାଙ୍କ ସହିତ ଝିଅ ଶ୍ରଦ୍ଧାଞ୍ଜଳି ମଧ୍ୟ ଥିଲେ। ତେବେ ବଡ଼ଶଙ୍ଖ ରେ ଏକ ହାଇୱା ସେମାନଙ୍କୁ ପଛପଟୁ ପିଟି ଦେଇଥିଲା।

Advertisment

ଶ୍ରଦ୍ଧାଞ୍ଜଳିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୀତାଞ୍ଚଳିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଗୋଡ଼ ଉପରେ ହାଇୱା ଚଢ଼ିଯାଇଛି। ଗୀତାଞ୍ଚଳିଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

ଆସିକା ପୁଲିସ ଘଟଣାସ୍ଥଳକୁ ଯାଞ୍ଚ କରିଛି। ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ୍।

ଆସ୍କାରୁ ମନୋଜ ମୁନୀଙ୍କ ରିପୋର୍ଟ

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe