Advertisment

ବାଇକ୍‌ରେ ଯାଉଥିଲେ ସାର୍‌, ତାଙ୍କ ଉପରେ ଉପୁଡ଼ି ପଡ଼ିଲା ଗଛ

ଶିକ୍ଷକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଶ୍ରୀ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌.ରାମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

author-image
Manoranjan Sial
School Teacher

School Teacher

ଅଫିସ୍‌ କାମରେ ବାଇକ୍‌ରେ ଯାଉଥିଲେ ସାର୍‌। ହେଲେ ଅଧା ରାସ୍ତାରେ ତାଙ୍କ ଉପରେ ଗୋଟିଏ ବିରାଟକାୟ ଗଛ ଉପୁଡ଼ି ପଡ଼ିଲା। ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଗୁରୁତର ଆହତ ହୋଇଛନ୍ତି।

Advertisment

ଗତ ଦୁଇଦିନ ହେଲା କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇଥିବା ବେଳେ ଗଜବାହାଲ ଗାଁର ଶିକ୍ଷକ କେଶବ ସାହୁ ଅଫିସ୍‌ କାମରେ ବାଇକ୍‌ରେ ଆଜି ରାମପୁର ଯାଉଥିଲେ। ତେବେ ପାଜି ବାହାଲି ଛକରେ ତାଙ୍କ ଉପରେ ଗୋଟିଏ ବିରାଟକାୟ ତେନ୍ତୁଳି ଗଛ ଉପୁଡ଼ି ପଡ଼ିଥିଲା। ସେ ଗଛ ତଳେ ଚାପି ହୋଇଯାଇଥିଲେ। ଶ୍ରୀ ସାହୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିଲେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତ ଓ ଗୋଡ଼ରେ କ୍ଷତ ହୋଇଛି।

ଶିକ୍ଷକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଶ୍ରୀ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌.ରାମପୁର ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

Advertisment

ତିନି ଦିନର ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସମେତ ଏମ୍‌.ରାମପୁର, ନର୍ଲା, ଲାଞ୍ଜିଗଡ, ଥୁଆମୁଳ-ରାମପୁର ପ୍ରମୁଖ ଅଞ୍ଚଳରେ ଝିପି ଝିପି ବର୍ଷା ହୋଇଛି। ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ଆଜି ଏମ୍‌.ରାମପୁର ବ୍ଲକରେ ସର୍ବାଧିକ ୧୯୩ ମିମି ବର୍ଷା ରେକର୍ଡ କରାଯାଇଛି। ଯେଉଁଥିପାଇଁ ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଛି।

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂହଦେଓ

Kalahandi