ଛତିଶଗଡର ବସ୍ତର ଜିଲ୍ଲାରେ CRPF ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ନିର୍ବାଚନ ଡ୍ୟୁଟି ପାଇଁ ଯିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା।
ପୁଲିସ ସୂଚନାନୁସାରେ, ଏପ୍ରିଲ ୨୬ ମତଦାନ ପାଇଁ CRPF ଯବାନମାନେ ବସ୍ ଯୋଗେ ଦନ୍ତେୱାଡା ଫରସପାଲରୁ ମହାସମୁଣ୍ଡ ନିର୍ବାଚନମଣ୍ଡଳୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାଇକୋଟ ଗାଁ ନିକଟରେ ଏକ ଗାଇ ବସ୍ ଆଗକୁ ଚାଲି ଆସିଥିଲା। ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡିଥିଲା।
Also Read
ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ପାଞ୍ଚ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଡିସଚାର୍ଜ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଗତକାଲି ମଧ୍ୟ ନିର୍ବାଚନ ଡ୍ୟୁଟି ସାରି ଫେରିବା ବେଳେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏଥିରେ ୨୧ ଜଣ ପୁଲିସ ଓ ହୋମଗାର୍ଡ ଆହତ ହୋଇଥିଲେ। ମଧ୍ୟପ୍ରଦେଶରେ ଏହି ଦୁର୍ଘଟଣା ଘଟଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ସ୍କୁଟି ଓ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ
ନବରଙ୍ଗପୁର ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
Accident
ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ
୨୦୧୭ ମସିହାର ଏକ ପୋକ୍ସୋ ମାମଲାରେ ଗୁରୁଦେବଙ୍କ ନାଁରେ ବଲାଙ୍ଗିର ପକ୍ସୋ କୋର୍ଟରୁ ୱାରେଣ୍ଟ ଇସ୍ୟୁ ହୋଇଥିଲା।
National
ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ
ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।