Advertisment

ଓଲଟିଲା CRPF ଯବାନଙ୍କ ବସ୍, ୧୦ ଆହତ

ନିର୍ବାଚନ ଡ୍ୟୁଟି ପାଇଁ ଯିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି CRPF ଯବାନ...

Representative Image

Representative Image

Advertisment

ଛତିଶଗଡର ବସ୍ତର ଜିଲ୍ଲାରେ CRPF ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ନିର୍ବାଚନ ଡ୍ୟୁଟି ପାଇଁ ଯିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା।

Advertisment

ପୁଲିସ ସୂଚନାନୁସାରେ, ଏପ୍ରିଲ ୨୬ ମତଦାନ ପାଇଁ CRPF ଯବାନମାନେ ବସ୍ ଯୋଗେ ଦନ୍ତେୱାଡା ଫରସପାଲରୁ ମହାସମୁଣ୍ଡ ନିର୍ବାଚନମଣ୍ଡଳୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ରାଇକୋଟ ଗାଁ ନିକଟରେ ଏକ ଗାଇ ବସ୍ ଆଗକୁ ଚାଲି ଆସିଥିଲା। ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡିଥିଲା।

ଏଥିରେ ୧୦ ଜଣ ଆହତ ହୋଇଥିବା ବେଳେ ପାଞ୍ଚ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଡିସଚାର୍ଜ କରାଯାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

Advertisment

ଗତକାଲି ମଧ୍ୟ ନିର୍ବାଚନ ଡ୍ୟୁଟି ସାରି ଫେରିବା ବେଳେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା। ଏଥିରେ ୨୧ ଜଣ ପୁଲିସ ଓ ହୋମଗାର୍ଡ ଆହତ ହୋଇଥିଲେ। ମଧ୍ୟପ୍ରଦେଶରେ ଏହି ଦୁର୍ଘଟଣା ଘଟଥିଲା।  

CRPF Bus Accident Chhatishgarh Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe