Advertisment

ମେଡିକାଲ ବେଡରେ ଛଟପଟ ହୋଇ ଆଖି ବୁଜିଲା ଶିଶୁ, ତାତିଲା ପରିବାର

ମେଡିକାଲ ବେଡରେ ଛଟପଟ ହୋଇ ପିଲାଟି ଆଖି ବୁଜିଦେଲା। ଏଥିରେ ଉତ୍ତ୍ୟକ୍ତ ପରିବାର ଲୋକେ ମେଡିକାଲରେ ହୋ-ହଲ୍ଲା କରିବାରୁ ଦେଖାଦେଲା ତୀବ୍ର ଉତ୍ତେଜନା।

Tension in Hospital

Tension in Hospital

Advertisment

ଥଣ୍ଡା, ଜ୍ୱରରେ ପୀଡ଼ିତ ହେଲା ଛୋଟ ଛୁଆ। ପରିବାର ଲୋକେ ଭଲ କରିବା ଆଶାରେ ମେଡିକାଲରେ ଭର୍ତ୍ତି କଲେ। ମାତ୍ର ସବୁ ଆଶା ପାଣି ଫୋଟକା ପରି ମିଳାଇଗଲ। ମେଡିକାଲ ବେଡରେ ଛଟପଟ ହୋଇ ପିଲାଟି ଆଖି ବୁଜିଦେଲା। ଏଥିରେ ଉତ୍ତ୍ୟକ୍ତ ପରିବାର ଲୋକେ ମେଡିକାଲରେ ହୋ-ହଲ୍ଲା କରିବାରୁ ଦେଖାଦେଲା ତୀବ୍ର ଉତ୍ତେଜନା। ଫଳରେ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍‌ ମୁତୟନ ହୋଇଥିବା ଜଣାଯାଇଛି। ଏପରି ଏକ ଘଟଣା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଦେଖିବାକୁ ମିଳିଥିଲା।

Advertisment

ଯାଜପୁର ସଦର ଥାନା ଅନ୍ତର୍ଗତ ସିମିଳିଆ ଗ୍ରାମର ଅଜିତ ନାୟକ ଙ୍କ ଏକ ମାତ୍ର ଦୁଇ ବର୍ଷ ର ଶିଶୁ କନ୍ୟା କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଆଜି ପିଲାଟିକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଯାଞ୍ଚ ପରେ ପିଲାଟିକୁ ନିମୋନିଆ ହୋଇ ଯାଇଥିବା କହି ଶିଶୁ ରୋଗ ବିଶେଷଜ୍ଞ ପିଲାଟିକୁ କଟକ ରେଫର କରି ଦେଇଥିଲେ।

ମାତ୍ର ଇତି ମଧ୍ୟରେ ପିଲାଟିର ମୃତ୍ୟୁ ହୋଇ ଯାଇଥିବାରୁ ପରିବାର ଲୋକେ ମେଡିକାଲ ପରିସରରେ ପ୍ରବଳ ପାଟିଗୋଳ କରିଥିଲେ। ଏପରିକି ଚିକିତ୍ସା ଅବହେଳାରୁ ପିଲାଟିର ମୃତ୍ୟୁ ହୋଇ ଯାଇଥିବା କହିଥିଲେ।

Advertisment

ଘଟଣା କ୍ରମଶଃ ଉଗ୍ର ରୂପ ନେବାରୁ ମେଡିକାଲ ପରିସରରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ। ଘଟଣାର ତଦନ୍ତ ପରେ ଅଭିଯୁକ୍ତଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିଏମଓ ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା। ଏହାପରେ ପରିବାର ଲୋକେ ପିଲାଟିର ମୃତଦେହ ନେଇ ଘରକୁ ଯାଇଥିବା ଜଣାଯାଇଛି।

Child Death Jajpur Tension In Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe