Advertisment

ଅଟୋରେ ହେଲା ବିସ୍ଫୋରଣ, ଜଳିଲା କେମିକାଲ ଫ୍ୟାକ୍ଟ୍ରି

ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Fire Accident

Fire Accident

ମହାରାଷ୍ଟ୍ରର ଥାନାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଘଟିଛି ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣ ପରେ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗତକାଲି ରାତିରେ ଥାନେର ବଦଲାପୁରରେ ଥିବା ଏକ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି।

Advertisment

କମ୍ପାନୀ କର୍ମଚାରୀଙ୍କ କହିବା ମୁତାବକ, ଫ୍ୟାକ୍ଟ୍ରି ବାହାରେ ଦୁଇଟି ଅଟୋ ଛିଡ଼ା ହୋଇଥିଲା। ପ୍ରଥମେ, ଏକ ଅଟୋରେ ବିସ୍ଫୋରଣ ହୋଇଥିଲା। ତାହା ଏକ ଶକ୍ତିଶାଳୀ ଥିଲା ଯେ, ନିଆଁ କମ୍ପାନୀ ଭିତରକୁ ବ୍ୟାପି ଯାଇଥିଲା। ଏହି ବିସ୍ଫୋରଣରେ କମ୍ପାନୀରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ଖବର ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚିଥିଲେ। ମାତ୍ର ନିଆଁ ଲିଭାଇବାକୁ ସେମାନଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିଥିଲା। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରାଯାଇଥିଲା।

Advertisment

ତେବେ ପୁଲିସ୍‌ ଓ ଅଗ୍ନି ନିରାପତ୍ତା ବାହିନୀ ଘଟଣାର ତଦନ୍ତ ଆରମ୍ଭ କରିଛି । ଏତେ ଭୟାବହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବାକୁ ଆରମ୍ଭ ହୋଇଛି ତନାଘନା। 

Maharashtra Fire Accident