/odisha-reporter/media/post_attachments/uploadimage/library/16_9/16_9_0/Accident_1713957828.jpg)
Accident
ସୂଚନା ଅନୁସାରେ ଆଜି ଗୋଟିଏ ଆମ୍ବୁଲାନ୍ସ ରୋଗୀ ନେଇ ତାମିଲନାଡ଼ୁରୁ କୋଲକତା ଯାଉଥିଲା। ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ପିଏନ୍ କଲେଜ୍ ନିକଟରେ ଆମ୍ବୁଲାନ୍ସଟି ଗୋଟିଏ ଘରୋଇ ଇଞ୍ଜିନିୟରଙ୍ଗ କଲେଜର ବସ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସର ପୁରା ଭାଙ୍ଗି ଯାଇଥିଲା।
Advertisment
ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଭିତରେ ୪ଜଣ ଲୋକ ଫଶି ରହିଥିଲେ। ସ୍ଥାନୀୟ ଲୋକ ଆହାତଙ୍କୁ ଉଦ୍ଧାର କରି ଭୁବନେଶ୍ୱରକୁ ପଠାଇଛନ୍ତି। ଅନ୍ୟପଟେ ରୋଗିଙ୍କର ଜଣେ ସମ୍ପର୍କିୟ ଗାଡ଼ି ଭିତରେ ଫଶି ରହିଥିବାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ କାଟି ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏନେଇ ଅମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି, ଗାଡ଼ିର ବ୍ରେକ୍ ଫେଲ ଯୋଗୁ ଏଭଳି ଦୁର୍ଘଟଣା ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
