Advertisment

ରକେଟ ବାଣରୁ ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ଗତକାଲି କୌଣସି ସ୍ଥାନରୁ ଏକ ରକେଟ ବାଣ ଆସି ଆପାର୍ଟମେଣ୍ଟର ତୃତୀୟ ମହଲାରେ ମାଡ଼ ହୋଇଥିଲା।

author-image
Tapaswini Nayak
fire

fire

ରକେଟ ବାଣରୁ ଆପାର୍ଟମେଣ୍ଟରେ ଲାଗିଗଲା ନିଆଁ। ଘଟଣା ଘଟିଛି ସମ୍ବଲପୁର ସହର କ୍ଷେତରାଜପୁରର ଶ୍ୟାମ ବାଟିକା ଆପାର୍ଟମେଣ୍ଟରେ। ସୌଭାଗ୍ୟ ବଃଶତ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ।

Advertisment

ଗତକାଲି କୌଣସି ସ୍ଥାନରୁ ଏକ ରକେଟ ବାଣ ଆସି ଆପାର୍ଟମେଣ୍ଟର ତୃତୀୟ ମହଲାରେ ମାଡ଼ ହୋଇଥିଲା। ଫଳରେ ସେଠାରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହେଲେ ନିଆଁ ଲାଗିବା ସମୟରେ ତୃତୀୟ ମହଲାରେ କେହି ନଥିଲେ। ଦୀପାବଳି ପାଇଁ ସମସ୍ତେ ବାହାରକୁ ଯାଇଥିଲେ। ନିଆଁରେ ଆସବାବପତ୍ର ଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଇଛି।

ସେହିପରି ସମ୍ବଲପୁର ଜିଲ୍ଲାରେ କ୍ଷେତରାଜପୁରରେ ଅଳିଆଗଦାରେ ଅଗ୍ନିକାଣ୍ଡ ଘଟିଥିଲା। ବାଣ ନିଆଁରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।

Advertisment
Sambalpur Fire Breakout