Advertisment

ଘାଟିରୁ ୫୦ ଫୁଟ ତଳକୁ ଖସିଲା ବାଇକ୍‌, ଚାଳକ ମୃତ

ଘାଟି ରାସ୍ତାରେ ବାଇକର ବେଗ ବଢ଼ି ଯାଇ ଥିଲା। ରଞ୍ଜିତ ବାଇକକୁ ଆଉ କଣ୍ଟ୍ରୋଲ କରି ପାରି ନଥିଲେ। ବାଇକ ସହ ରଞ୍ଜିତ ମଧ୍ୟ ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

author-image
Biswajit Samal
Ranjit Behera

Ranjit Behera

ଘାଟିରୁ ୫୦ ଫୁଟ ତଳକୁ ଖସିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ। ଘଟଣାଟି ହେଉଛି ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପାଟଦରହା ଘାଟିରେ। ମୃତକ ହେଲେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖଗସା ଗାଁର ରଞ୍ଜିତ ବେହେରା।

Advertisment

ଆଜି ସନ୍ଧ୍ୟାରେ ରଞ୍ଜିତ ବୋଡ଼େନ ଥାନା ପାଟଦରହା ଗାଁରୁ ବାଇକ୍ ରେ ଘରକୁ ଫେରୁ ଥିଲେ। ସେଇ ସମୟରେ ଘାଟି ରାସ୍ତାରେ ବାଇକର ବେଗ ବଢ଼ି ଯାଇଥିଲା। ରଞ୍ଜିତ ବାଇକକୁ ଆଉ କଣ୍ଟ୍ରୋଲ କରି ପାରି ନଥିଲେ। ବାଇକ ସହ ରଞ୍ଜିତ ମଧ୍ୟ ଘାଟିରୁ ପ୍ରାୟ ୫୦ ଫୁଟ ତଳକୁ ଖସିପଡ଼ିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

କିଛି ଲୋକ ଏହା ଦେଖି ବୋଡ଼େନା ପୁଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ପୁଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ରଞ୍ଜିତଙ୍କ ମୃତଦେକୁ ଉଦ୍ଧାର କରିଥିଲେ।

Advertisment
Accident Accidental Death