Advertisment

ଚା’ ପିଇବାକୁ ଯାଉଥିଲେ, ରାସ୍ତାରେ ପିଟିଦେଲା ବାଇକ୍

ଆଜି ସକାଳେ ଅଭିରାମ ବଜାରକୁ ସାଇକେଲରେ ଚା’ ପିଇବାକୁ ଯାଉଥିଲେ। ତେବେ ଚରମ୍ପା ବଜାରରେ ସମ୍ମୁଖରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Bhadrak

Bhadrak

ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ବଜାରରେ ଘଟିଥିବା ମମ୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କୁନ୍ତଳା ଗାଁର ୬୦ ବର୍ଷୀୟ ଅଭିରାମ ଜେନା। ମୃତକ ଅଭିରାମ ଜେନା ଦୀର୍ଘଦିନ ଧରି ଚରମ୍ପାରେ ଏକ ଘରୋଇ ସ୍କୁଲରେ ପିଅନ ଭାବେ କାମ କରୁଥିଲେ।

Advertisment

ଆଜି ସକାଳେ ଅଭିରାମ ବଜାରକୁ ସାଇକେଲରେ ଚା’ ପିଇବାକୁ ଯାଉଥିଲେ। ତେବେ ଚରମ୍ପା ବଜାରରେ ସମ୍ମୁଖରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଗୁରୁତର ଆହତ ହୋଇଥିଲେ ଅଭିରାମ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥି ନାୟକ

Accidental Death