Advertisment

ଭୋଟ୍ ଦେଇ ଘରକୁ ଫେରୁଥିଲେ, ଦୁର୍ଘଟଣା ନେଇଗଲା ଜୀବନ

ଭୋଟ ଦେଇ ବାଲିଗୁଡ଼ା ଅଭିମୁଖେ ଫେରୁଥିବା ସମୟରେ ପାଟାଙ୍ଗି ଗାଁ ନିକଟ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଭୋଟ ଦେଇ ବାଇକରେ ଫେରୁଥିବା ସମୟରେ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ହେଉଛି ନିରଲ ନାୟକ। ତାଙ୍କ ଘର ହେଉଛି ପର୍ତ୍ତମାହା ଗାଁରେ।

Advertisment

ଏଭଳି ଘଟଣା ଘଟିଛି କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ପାଟାଙ୍ଗି ଗାଁରେ। ନିରଳ ଭୋଟ ଦେବା ପାଇଁ ସ୍ତ୍ରୀ ଓ ପୁଅକୁ ସାଙ୍ଗରେ ନେଇ ବାଲିଗୁଡ଼ାରୁ ନିଜ ଗାଁକୁ ବାଇକରେ ଫେରୁଥିଲେ। ଭୋଟ ଦେଇ ବାଲିଗୁଡ଼ା ଅଭିମୁଖେ ଫେରୁଥିବା ସମୟରେ ପାଟାଙ୍ଗି ଗାଁ ନିକଟ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅନଳ ନାୟକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ପୁଅ ଆଉ ପତ୍ନୀ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ। ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଓ  ଦାରିଙ୍ଗବାଡ଼ି ଥାନା ପୁଲିସ ପହଞ୍ଚି ଆହତ ମାନଙ୍କୁ ହସ୍ପିଟାଲକୁ ପଠାଇବା ସିହିତ ମୃତଦହକୁ ବ୍ୟବଚ୍ଚେଦ ପାଇଁ ପୁଲିସ ପଠାଇଛି। 

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe