/odisha-reporter/media/post_attachments/uploadimage/library/16_9/16_9_0/____1717153755.jpg)
truck
ଟ୍ରକ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ବାରବାଙ୍କ ଘାଟି ରାସ୍ତାରୁ। ମୃତକ ହେଲେ ସୁରେନ୍ଦ୍ର ଚୌଧୁରୀ। ତାଙ୍କ ଘର ହେଉଛି ଝାଡ଼ଖଣ୍ଡ ଚତ୍ରା ଅଞ୍ଚଳରରେ।
ଡ୍ରାଇଭର ସୁରେନ୍ଦ୍ର ଚୌଧୁରୀ ଯୋଡ଼ା ଅଞ୍ଚଳର ସୁନୀତା ଦେବୀଙ୍କ ଟ୍ରକରେ ଡ୍ରାଇଭର ଭାବରେ କାମ କରୁଥିଲେ। ଗୁରୁବାର (ଗତକାଲି) ସେ ଜିଲିଂ ଖଣିରୁ ଲୁହାପଥର ବୋଝେଇ କରି ରାଉରକେଲା ଅଭିମୁଖେ ଯାଉଥିଲେ। ତେବେ ଗନ୍ତବ୍ୟ ସ୍ଥଳକୁ ଯିବା ବେଳେ ବାରବାଙ୍କ ଘାଟିରେ ଡ୍ରାଇଭର ସୁରେନ୍ଦ୍ରରଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ଟ୍ରକଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଷ୍ଟିୟରିଂ ଉପରେ ସେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକେ। ଏନେଇ ରୁଗୁଡ଼ି ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଟ୍ରକରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କେମିତି ଓ କେଉଁ ପରିସ୍ଥିତିରେ ସୁରେନ୍ଦ୍ରଙ୍କର ମୃତ୍ୟୁ ହେଲା ? ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
