Advertisment

ପେଟର ଭୋକ ପାଇଁ ଦାଦନ ଯାଇଥିଲେ, ଫେରିଲା ମୃତଦେହ

ସବୁଦିନ ପରି ରବିବାର କାମକୁ ଯାଇଥିଲେ କ୍ରିଷ୍ଣା। ଆଉ ଏକ ଘର ଛାତର ସେଣ୍ଟ୍ରରିଂ ଖୋଲୁଥିଲେ। ହେଲେ ଅସାବଧାନତାରୁ ସେ ଛାତରୁ ତଳକୁ ଖସି ପଡ଼ିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Malkangiri

Malkangiri

Advertisment

ଗାଁରେ କାମ ମିଳିଲାନି। ପରିବାର ଲୋକଙ୍କ ପେଟର ଯନ୍ତ୍ରଣା ଅସହ୍ୟ ହେଉଥିଲା। ତେଣୁ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ ପର ରାଇଜରେ ଚାଲିଗଲା ଜୀବନ। ଆଜି ଗାଁକୁ ଫେରିଲା ଦାଦନ ଶ୍ରମିକ କ୍ରିଷ୍ଣା ନାୟକଙ୍କ ମୃତଦେହ। ଏପରି ଦୁଃଖଦ ଖବର ଆସିଛି ମାଲକାନଗିରି ଜିଲ୍ଲାରୁ।

Advertisment

ମାଥିଲି ବ୍ଲକ ଅନ୍ତର୍ଗତ କର୍ତନପାଲ୍ଲୀ ସଦର ଗ୍ରାମର ସନ୍ନ୍ୟାସୀ ନାୟକଙ୍କ ଅକାଳ ବିୟୋଗ ପରେ ପୁଅ କ୍ରିଷ୍ଣାଙ୍କ ମୁଣ୍ଡ ଉପରେ ପଡ଼ିଥିଲା ପରିବାର ବୋଝ। ତେଣୁ ସେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା ପଳାଇ ଯାଇଥିଲେ। ସେ ହାଇଦ୍ରାବାଦରେ ଏକ ଠିକା କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେଠାରେ ଦୁଇ ମାସ ହେବ କାମ କରୁଥିଲେ କ୍ରିଷ୍ଣା।

ସବୁଦିନ ପରି ରବିବାର କାମକୁ ଯାଇଥିଲେ କ୍ରିଷ୍ଣା। ଆଉ ଏକ ଘର ଛାତର ସେଣ୍ଟ୍ରରିଂ ଖୋଲୁଥିଲେ। ହେଲେ ଅସାବଧାନତାରୁ ସେ ଛାତରୁ ତଳକୁ ଖସି ପଡ଼ିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାପରେ ଠିକା କମ୍ପାନୀ କର୍ତ୍ତୃପକ୍ଷ କ୍ରିଷ୍ଣାଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଘରକୁ ପଠାଇ ଥିଲା। ହେଲେ ପରିବାର ଓ ଗାଁ ଲୋକେ ମୃତଦେହ ଆମ୍ବଲାନ୍ସାରୁ ଓହ୍ଲାଇ ନଥିଲେ। କ୍ଷତି ପୂରଣ ପାଇଁ ଅଡ଼ି ବସିଥିଲେ। ଯେଉଁଥିପାଇଁ ଆମ୍ବୁଲାନ୍ସ ସାଙ୍ଗରେ ଆସିଥିବା କମ୍ପାନୀ କର୍ମଚାରୀ ମାନ ଅଡ଼ୁଆରେ ପଡ଼ିଯାଇ ଥିଲେ।

Advertisment

ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗାଁରେ ଫସି ରହିଲା ମୃତଦେହ। ଶେଷରେ ଠିକା କମ୍ପାନୀ ପ୍ରତିଶ୍ରୁତି ଦେବାପରେ ପରିବାର ଲୋକ ମୃତଦେହ ଗ୍ରହଣ କରିଥିଲେ।

ରିପୋର୍ଟ – ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Accident Deadbody Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe