Advertisment

ଶୌଚ ପାଇଁ ନଦୀକୁ ଯାଇଥିଲେ ଯୁବତୀ, ବୁଦାମୂଳରୁ ମିଳିଳା ମୃତଦେହ

ସନ୍ଧ୍ୟାରେ ନଦୀକୁ ଶୌଚ ପାଇଁ ଯାଇଥିଲେ। କିଛି ସମୟପରେ ଅନ୍ୟ ଯୁବତୀ ମାନେ ନଳିନୀକୁ ଗୁରୁତର ଅବସ୍ଥାରେ ଏକ ବୁଦାମୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ

author-image
Biswajit Samal
ଅଦ୍ୟତନ ହୋଇଛି
Balangir

Balangir

ସନ୍ଦେହ ଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଞ୍ଚଳରେ। ଗାଁର ମହେଦେବ ଛତ୍ରିଆଙ୍କ ଝିଅ ନଳିନୀ ଛତ୍ରିଆ ମଙ୍ଗଳବାର ସନ୍ଧ୍ୟାରେ ନଦୀକୁ ଶୌଚ ପାଇଁ ଯାଇଥିଲେ। କିଛି ସମୟପରେ ଅନ୍ୟ ଯୁବତୀ ମାନେ ନଳିନୀକୁ ଗୁରୁତର ଅବସ୍ଥାରେ ଏକ ବୁଦାମୂଳରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

Advertisment

ସଙ୍ଗେସଙ୍ଗେ ପରିବାର ଲୋକେ ସଇଁତଳା ମେଡିକାଲକୁ ନେଇଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ନଳିନୀଙ୍କୁ ମୃତ ଘୋଷଣା କରିଥିଲେ। ହସ୍ପିଟାଲ ଫାଣ୍ଡି ପୁଲିସ ଶବକୁ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ଏନେଇ ଯୁବତୀଙ୍କ ମୃତ୍ୟୁର କାରଣ ଖୋଜୁଛି ପୁଲିସ।

Advertisment
Balangir Girl