Railway station
ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଘଟଣାଟି ହେଉଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ନୂଆଗାଁରେ। ମୃତ ଯୁବକ ଜଣକ ହେଲେ ଦେବାଶିଷ ନାୟକ (୨୩) । ତାଙ୍କ ଘର ବାହାର୍ଦା ପଞ୍ଚାୟତ ର ମେଳକ ଗାଁରେ।
Advertisment
ଆଜି ରେଳ ଧାରଣା ଉପରେ ଜଣେ ଯୁବକଙ୍କର ମୃତ ଦେହ ପଡ଼ିଥିବା କିଛି ଳୋକ ଦେଖି ନୂଆଗାଁ ଲୋକଙ୍କୁ ଖବର ଦେଖିଥିଲେ। ଗାଁର କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ମୃତ ଯୁବକ ଜଣକ ବାହାର୍ଦା ପଞ୍ଚାୟତ ର ମେଳକ ଗାଁର ପ୍ରତାପ ନାୟକ ଙ୍କ ପୁଅ ଦେବାଶିଷ ନାୟକ ବୋଲି ଜାଣିବାକୁ ପାଇଥିଲେ।
ତେବେ ଗାଁ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଆରପିଏଫ ଓ ଜିଆରପି ପୁଲିସ ପହଞ୍ଚି ମୃତଦେହକୁ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏଯାବତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
