Advertisment

ଓଲଟିଲା ଟୁରିଷ୍ଟ ବସ୍‌, ଅଳ୍ପକେ ବର୍ତ୍ତିଲେ ୩୫ ପର୍ଯ୍ୟଟକ

ଆଜି ବସ୍‌ଟି ୩୫ ଜଣ ଟୁରିଷ୍ଟଙ୍କୁ ନେଇ ସାତପଡ଼ାରୁ ପୁରୀ ଫେରୁଥିଲା। ବ୍ରହ୍ମଗିରି ପୁରୀ ରାଜରାସ୍ତା ର ହଳଦିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସଟି।

author-image
Biswajit Samal
BUS

BUS

ପୁରୀ ଜିଲ୍ଲା ବ୍ରହ୍ମଗିରି ରାଜରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସ। ବସ୍‌ରେ ଥିଲେ ୩୫ ଜଣ ଟୁରିଷ୍ଟ। ସମସ୍ତ ଟୁରିଷ୍ଟ ମଧ୍ୟପ୍ରଦେଶ ଜବାଲ ପୁର ର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଧିକ ଛୋଟ ପିଲା ଓ ମହିଳା ଥିଲେ। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ଅଛନ୍ତି।

Advertisment

ଆଜି ବସ୍‌ଟି ୩୫ ଜଣ ଟୁରିଷ୍ଟଙ୍କୁ ନେଇ ସାତପଡ଼ାରୁ ପୁରୀ ଫେରୁଥିଲା। ବ୍ରହ୍ମଗିରି ପୁରୀ ରାଜରାସ୍ତା ର ହଳଦିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ବସଟି। ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେସଙ୍ଗେ ଦମକଳ ବାହୀନିଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଦମକଳ ବାହୀନି ପହଞ୍ଚି ସମସ୍ତ ଟୁରିଷ୍ଟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

ବସ୍‌ରେ ଥିବା ସମସ୍ଥ ଯାତ୍ରୀ ସୁରଖିତ ଅଛନ୍ତି। ଏନେଇ ବ୍ରହ୍ମଗିରି ପୁଲିସ ଓ ପୁରୀ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment
Accident