Advertisment

ରାସ୍ତା କଡ଼କୁ ଓଲଟିଲା ବସ୍, ଥିଲେ ୩୫ ଯାତ୍ରୀ

ବସ ଡ୍ରାଇଭର ସାଇକେଲ ଆରୋହୀଙ୍କୁ ବଞ୍ଚାଇବା ପାଇଁ ରାସ୍ତା କଡ଼କୁ ବସ୍‌କୁ କାଟିଥିଲେ। ବର୍ଷାରେ ମାଟି ଓଦା ଥିବାରୁ ଓଲଟି ପଡ଼ିଥିଲା ବସ୍‌।

author-image
Biswajit Samal
ଅଦ୍ୟତନ ହୋଇଛି
Bus

Bus

କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଦୋରଡ଼ ଛକ ନିକଟରେ ୬୫ ନମ୍ବର ରାଜ୍ୟ ରାଜପଥର ଓଲଟିଲା ଏକ ଯାତ୍ରୀବାହୀ ବସ୍। ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ବସ୍। ତେବେ ଏଥିରେ କୌଣସି ଯାତ୍ରୀ ହତାହତ ହୋଇନାହାନ୍ତି। କେବଳ ଡ୍ରାଇଭର ସାମନ୍ୟ ଆହତ ହୋଇଛନ୍ତି।

Advertisment

ଆଜି ବସ୍‌ଟି ପ୍ରାୟ ୩୫ ଜଣ ଯାତ୍ରୀଙ୍କୁ ନେଇ କଟକରୁ ବଡ଼ମ୍ବା ଯାଉଥିଲା। ଦୋରୋଡ଼ ଛକ ନିକଟରେ ହଠାତ୍ ବସ୍‌ ସାମ୍ନାକୁ ଜଣେ ସାଇକେଲ ଆରୋହୀ ଆସି ଯାଇଥିଲେ। ଫଳରେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବା ପାଇଁ ଡ୍ରାଇଭର ବସ୍‌କୁ ରାସ୍ତା କଡ଼କୁ କାଟିଥିଲେ। କିନ୍ତୁ ବର୍ଷା ଯୋଗୁ ମାଟି ଓଦା ଥିବାରୁ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ବସ୍‌ରେ ଥିବା ପ୍ରାୟ ୩୫ ଜଣ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ପୁଲିସ ପହଞ୍ଚି ତଦନ୍ତ କରିଛି। 

Advertisment
Accident