Advertisment

ରାସ୍ତାରେ ଗଲାବେଳେ ଜଳିଗଲା କାର

କ୍ଷଣକ ଭିତରେ କାରଟି ଜଳି ପାଉଁଶ ହୋଇ ଯାଇଥିଲା

author-image
Biswajit Samal
Fira

Fira

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ତୋରଡ଼ାନାଳୀ ଗାଁ ନିକଟରେ ଜଳିଗଲା କାର। ଅଳ୍ପକେ ବର୍ତ୍ତିଲେ ୪ଜଣ ଯାତ୍ରୀ। କାରରେ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

Advertisment

ଆଜି ସକାଳେ ଟାଟା ଇଣ୍ଡିଗୋ କାରଟି ତୋରଡ଼ାନାଳୀ ଗାଁରୁ ଯାତ୍ରୀ ନେଇ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ମା ବିଲେଇଶୁଣିଙ୍କ ଶକ୍ତି ପୀଠକୁ ଯାଉଥିଲା। ହଠାତ କାରରୁ ଧୂଆଁ ବାହାରିବାରୁ ଗାଡ଼ି ଚାଳକ ଗାଡ଼ିରୁ ଯାତ୍ରୀଙ୍କୁ ବାହାର କରିଦେଇଥିଲେ। କ୍ଷଣକ ଭିତରେ କାରଟି ଜଳି ପାଉଁଶ ହୋଇ ଯାଇଥିଲା।

ଏନେଇ ଖବର ପାଇ କଙ୍କଡ଼ାହାଡ଼ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ କାହାର କିଛି କ୍ଷତି ହୋଇନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଗାଡ଼ି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୪ଜଣ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।

Advertisment
Fire