Advertisment

ଗଛକୁ ପିଟିଲା କାର, ଶିକ୍ଷୟିତ୍ରୀ ମୃତ

ମୁଣ୍ଡୋଦର୍ହ ଗାଁ ନିକଟରେ କାରଟି ଭରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ।

author-image
Biswajit Samal
Purnima Mishra

Purnima Mishra

ଗଛକୁ ପିଟିଲା କାର। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ। ମୃତକ ହେଉଛନ୍ତି ପୁର୍ଣ୍ଣିମା ମିଶ୍ର।

Advertisment

ତେନ୍ତୁଳିମୁଣ୍ଡା ଗାଁର ଜୟରାମ ମେହେର ହାଇସ୍କୁଲରୁ ପାଠ ପଢା ସାରି ୨ଜଣ ଶିକ୍ଷୟିତ୍ରୀ ପୁର୍ଣ୍ଣିମା ମିଶ୍ର ଓ ମମତା ଭୋଇ ଏବଂ ୨ ଜଣ ଶିକ୍ଷକ ମନୁ ମେହେର ଓ ବିଷ୍ଣୁ ମେହେର ଏକ କାରରେ ଘରକୁ ଫେରୁଥିଲେ। ସେଇସମୟରେ ମୁଣ୍ଡୋଦର୍ହ ଗାଁ ନିକଟରେ କାରଟି ଭରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପୁର୍ଣିମା ମିଶ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Accident