ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ମା’ ଓ ନବଜାତ ଶିଶୁ

ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି।

ଜଣେ ବ୍ୟକ୍ତି ଖସିପଡ଼ିଥିବା ସିଲିଂଙ୍କୁ ଧରିଛନ୍ତି

  • Published: Friday, 28 June 2024
  • , Updated: 28 June 2024, 04:05 PM IST

ମେଡିକାଲ ଛାତରୁ ଖସିଲା ସିଲିଂ। ଅଳ୍ପକେ ବର୍ତ୍ତିଲେ ଜଣେ ମହିଳା ଓ ତାଙ୍କର ନବଜାତ ଶିଶୁ। ଆଜି ଭୋରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏହି ଅଘଟଣ।

ଉକ୍ତ ମହିଳା ଓ ତାଙ୍କ ନବଜାତ ଶିଶୁ ଶୋଇଥିବା ବେଳେ ଛାତରୁ ସିଲିଂ ଖସିଥିଲା। ସେମାନଙ୍କର ଖୁବ୍ ନିକଟରେ ସିଲିଂ ପଡ଼ିଥିଲା। ସିଲ୍ଂ ପଡ଼ିଯିବାରୁ ଉକ୍ତ ମହିଳାଙ୍କଠାରେ ଲାଗିଥିବା ସାଲାଇନ ମଧ୍ୟ ଛିଡ଼ି ଯାଇଥିଲା। 

ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି ସରକାର ଅମଳରେ 5T ଅଧୀନରେ ଏହି ହସ୍ପିଟାଲର ରୂପାନ୍ତରୀକରଣ କରାଯାଇଥିଲା।  ଠିକାଦାରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ। ତେବେ ଏହି ଘଟଣା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Related story