Advertisment

ଛାତରୁ ଖସିଲା ସିଲିଂ, ଅଳ୍ପକେ ବର୍ତ୍ତିଲେ ମା’ ଓ ନବଜାତ ଶିଶୁ

ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Ceiling

Ceiling

Advertisment

ମେଡିକାଲ ଛାତରୁ ଖସିଲା ସିଲିଂ। ଅଳ୍ପକେ ବର୍ତ୍ତିଲେ ଜଣେ ମହିଳା ଓ ତାଙ୍କର ନବଜାତ ଶିଶୁ। ଆଜି ଭୋରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏହି ଅଘଟଣ।

Advertisment

ଉକ୍ତ ମହିଳା ଓ ତାଙ୍କ ନବଜାତ ଶିଶୁ ଶୋଇଥିବା ବେଳେ ଛାତରୁ ସିଲିଂ ଖସିଥିଲା। ସେମାନଙ୍କର ଖୁବ୍ ନିକଟରେ ସିଲିଂ ପଡ଼ିଥିଲା। ସିଲ୍ଂ ପଡ଼ିଯିବାରୁ ଉକ୍ତ ମହିଳାଙ୍କଠାରେ ଲାଗିଥିବା ସାଲାଇନ ମଧ୍ୟ ଛିଡ଼ି ଯାଇଥିଲା। 

ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି ସରକାର ଅମଳରେ 5T ଅଧୀନରେ ଏହି ହସ୍ପିଟାଲର ରୂପାନ୍ତରୀକରଣ କରାଯାଇଥିଲା।  ଠିକାଦାରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ। ତେବେ ଏହି ଘଟଣା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe