Advertisment

ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୋଡ଼ିଗଲେ ସ୍ୱାମୀ !

ଶିବାଜୀ ଲାକ୍ରା ତାଙ୍କ ସ୍ତ୍ରୀ ଅନିତା ଲାକ୍ରା ଏକ ଘର ଭଡ଼ା ନେଇ ବଣାଇ ଥାନା ଅଞ୍ଚଳରେ ଭଡ଼ା ନେଇ ରହୁଥିଲେ।

fire

fire

Advertisment

ନିଆଁରେ ପୋଡ଼ି ହୋଇ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ। ଆହତ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଶିବାଜୀ ଲାକ୍ରା ତାଙ୍କ ସ୍ତ୍ରୀ ଅନିତା ଲାକ୍ରା ଏକ ଘର ଭଡ଼ା ନେଇ ବଣାଇ ଥାନା ଅଞ୍ଚଳରେ ଭଡ଼ା ନେଇ ରହୁଥିଲେ। ଶିବାଜୀ OMCରେ କାମ କରନ୍ତି। ଗତକାଲି ହଠାତ୍ ଶିବାଜୀ ଓ ତାଙ୍କ ସ୍ତ୍ରୀଙ୍କର ଘରୁ ଚିତ୍କାର ଶୁଭିଥିଲା। ସ୍ଥାନୀୟ ଲୋକେ ସେମାନଙ୍କ ପାଟି ଶୁଣି ଦୌଡ଼ି ଯାଇଥିଲେ। ଶିବାଜୀ ତାଙ୍କ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଯାଇଥିବା ଦେଖିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ଦମ୍ପତିଙ୍କ ଦେହରେ ନିଆଁ କିପରି ଲାଗିଲା, ତାର କାରଣ ଜଣାପଡ଼ିନାହିଁ। ଅନିତା ରୋଷେଇ କରୁଥିବା ବେଳେ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ ଶିବାଜୀଙ୍କ ଦେହରେ ନିଆଁ ଲାଗି ଯାଇଥିବା ବୋଲି ସୂଚନା ରହିଛି। ତେବେ ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Fire Breakout Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe