Advertisment

ଗାଧୋଇବା ବେଳେ ଝାମ୍ପି ନେଲା କୁମ୍ଭୀର

ପୋଖରୀ ନିକଟରେ ସନାତନଙ୍କୁ କୁମ୍ଭୀର ଖାଉଥିବାର ଗାଁ ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ।

ଅଦ୍ୟତନ ହୋଇଛି
Man

Man

Advertisment

କୁମ୍ଭୀର ଆକ୍ରମଣରେ ଜଣେ ମୃତ। ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଞ୍ଚାୟତର ସିଙ୍ଗିଡ଼ି ଗାଁରେ। ମୃତକ ଜଣଙ୍କ ହେଲା ସନାତନ ସାମଲ।

Advertisment

ମଙ୍ଗଳବାର (ଗତକାଲି) ରାତିରେ ସିଙ୍ଗିଡ଼ି ଗାଁର ସନାତନ ସାମଲ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ଘର ଲୋକେ ଖୋଜିବା ବେଳେ ପୋଖରୀ ନିକଟରେ ତାଙ୍କ ଚପଲ ଓ ସାଇକେଲ ପଡ଼ିଥିବାର ଦେଖିବାକୁ ପାଇଥିଲେ। ହେଲେ ସନାତଙ୍କ ପତା ମିଳିନଥିଲା। ପରିବାର ଲୋକ ନିରାଶରେ ଘରକୁ ଫେରିଥିଲେ।

ଆଜି ସକାଳେ ପୋଖରୀ ନିକଟରେ ସନାତନଙ୍କୁ କୁମ୍ଭୀର ଖାଉଥିବାର ଗାଁ ଲୋକେ ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଏନେଇ ଖବର ପାଇ ଘଟଣାସ୍ଥଳରେ ରାଜକନିକା ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Crocodile Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe