Advertisment

ଥମୁନି ଉତ୍ତେଜନା, ମୃତଦେହ ରଖି ରସ୍ତାରେ ବସିଲେ ଉତ୍ୟକ୍ତ ଲୋକେ

ବୁଧବାର ସନ୍ଧ୍ୟାରେ ବସ୍ ଧକ୍କାରେ ନାବାଳକ ମୃତ୍ୟୁ ଘଟଣାକୁ ନେଇ ଦେଖାଦେଇଛି ଉତ୍ତେଜନା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

Sambalpur

Sambalpur

Advertisment

ସମ୍ବଲପୁରରେ ପୁଣି ଉତ୍ତେଜନା ଓ ରାସ୍ତାରୋକ। ବୁଧବାର ସନ୍ଧ୍ୟାରେ ବସ୍ ଧକ୍କାରେ ନାବାଳକ ମୃତ୍ୟୁ ଘଟଣାକୁ ନେଇ ଦେଖାଦେଇଛି ଉତ୍ତେଜନା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

Advertisment

ମୃତ ଦେହକୁ ବୁର୍ଲା ଡ଼ାକ୍ତରଖାନାରୁ ବ୍ୟବଚ୍ଛେଦ ପରେ ଘରକୁ ଅଣାଯାଇଥିଲା। ଏବେ ମୃତ ଦେହ ରାସ୍ତାରେ ରଖି ମୋଦିପଡ଼ା ଠାରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ।

ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ର କ୍ଷତି ପୂରଣ ଦେବା ସହିତ ଗତକାଲି ରାତିରେ ଗଣ୍ଡଗୋଳ ରେ ଅଟକ ରଖିଥିବା ପ୍ରାୟ ୧୦ ଜଣଙ୍କୁ ଛାଡ଼ିବା ଓ ଦୁର୍ଘଟଣା ଘଟିଥିବା ରାସ୍ତାରେ ସଂଧ୍ୟା ୬ ଟା ରୁ ଭାରୀ ଯାନ ଚଳାଚଳ ବନ୍ଦ କରିବାକୁ ଦାବି ହୋଇଛି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ଅନ୍ୟ ପଟେ ଗତ କାଲି ରାତିରେ ଦୁର୍ଘଟଣା ଘଟାଇ ଥିବା ବସ ର ଯାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଆରପିଏଫ କ୍ୟାମ୍ପ ପରିସରରେ ରଖାଯାଇ ଥିଲା। ଆଜି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଏକ ସ୍ୱତନ୍ତ୍ର ବସ୍ ଯୋଗେ ୪୦ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନିଜ ସ୍ଥାନକୁ ପଠାଯାଇଛି।

Roadaccident Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe