Advertisment

ଦଶପଲ୍ଲା ଦୁର୍ଘଟଣା ସମ୍ପର୍କରେ ବଡ଼ ଖୁଲାସା; ନିଶାସକ୍ତ ହେଲପର ଚଳାଉଥିଲେ ଗାଡ଼ି

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଡ୍ରାଇଭର ନୁହଁ, ହେଲପର ଚଳାଉଥିଲେ। ଡ୍ରାଇଭରଜଣକ ଶୋଇ ପଡ଼ିଥିବା ବେଳେ ହେଲପର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ।

author-image
Niharika Rout
Accident

Accident

ଗତକାଲି ବିଳମ୍ବିତ ରାତିରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଘଟିଥିବା ବସ୍‌- ଟ୍ରକ୍‌ ଦୁର୍ଘଟଣାରେ ଅକାଳରେ ଚାଲିଗଲା ୩ ଛାତ୍ରୀଙ୍କ ଜୀବନ । ଏହି ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଏହି ଦୁର୍ଘଟଣା ପଛରେ ସାଂଘାତିକ ତ୍ରୁଟି ରହିଥିବା ଘଟଣା ସାମନାକୁ ଆସିଛି।

Advertisment

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଡ୍ରାଇଭର ନୁହଁ, ହେଲପର ଚଳାଉଥିଲେ। ଡ୍ରାଇଭରଜଣକ ଶୋଇ ପଡ଼ିଥିବା ବେଳେ ହେଲପର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ। ରାଜ୍ୟ ପରିବହନ ବିଭାଗର ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଏପରି ସାଂଘାତିକ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପ୍ରାଥମିକ ତଦନ୍ତ ପରେ ଏହି ଘଟଣା ଉପରୁ ଧିରେ ଧିରେ ପରଦା ହଟୁଛି। ପୂରା ମାମଲାର ଏବେ ତଦନ୍ତ ଚାଲିଛି, ପ୍ରମାଣ ଯୋଗାଡ଼ କରାଯାଉଛି। ସବୁ କିଛି ସରିବା ପରେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆଯିବ।

Advertisment

ଗତକାଲି ରାତିରେ ନୟାଗଡ଼ ଦଶପଲ୍ଲାରୁ ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୦ରୁ ଅଧିକ ଛାତ୍ରଛାତ୍ରୀ ପିକନିକ୍ କରିବାକୁ ବସ୍‌ ଯୋଗେ ବଲାଙ୍ଗିର ଜିଲ୍ଲାର ହରିଶଙ୍କରକୁ ଯାଉଥିଲେ। ବସ୍‌ଟି ମାତ୍ର ୨୫ କିମି ଯିବା ପରେ ବାଣିଗୋଛା ଥାନା ଶାଳଭଙ୍ଗା ଜଙ୍ଗଲରେ ଏକ ଟ୍ରକ ସହ ପିଟି ହୋଇଥିଲା ବସ୍। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୨ ଓ ମେଡିକାଲ ଯିବା ବାଟରେ ଜଣେ ଛାତ୍ରୀଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ବହୁ ଜଣ ଆହତ ହୋଇଛନ୍ତି।

ଖବର ପାଇ ଗତ ରାତିରେ ନୟାଗଡ଼ ଏସ୍‌ପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

Nayagarh Road Accident