Advertisment

ଝିଅର ମୃତ୍ୟୁ ଖବର ପାଇ ଆସୁଥିଲେ, ଷ୍ଟେସନ୍‌ରେ ଟଳିପଡ଼ିଲେ

ଝିଅର ମୃତ୍ୟୁ ଖବର ପାଇ ଘରକୁ ଫେରିବା ବେଳେ ଗଲା ବାପାର ଜୀବନ

death

death

Advertisment

ଝିଅର ମୃତ୍ୟୁ ଖବର ପାଇ ଘରକୁ ଫେରିବା ବେଳେ ଷ୍ଟେସନରେ ଚାଲିଗଲା ବାପାର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ତାମିଲନାଡୁର କୋଏମ୍ବାଟୁର ଷ୍ଟେସନରେ। ମୃତକଙ୍କ ନାଁ ମଦନ ଗୌଡ଼। ତାଙ୍କ ଘର ଓଡ଼ିଶାର ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ରାଶିଝିରି ଗାଁରେ।

Advertisment

ଅସୁସ୍ଥତା ହେତୁ ଗତକାଲି ମଦନ ଗୌଡ଼ ଝିଅଙ୍କ ମୃତ୍ୟୁ ଘଟିଥିଲା। ଦାଦନ ଖଟିବା ପାଇଁ କୋଏମ୍ବାଟୁର ଯାଇଥିବା ମଦନ ଫୋନ୍ ଯୋଗେ ଝିଅର ମୃତ୍ୟୁ ଖବର ପାଇଥିଲେ। ଏହି ଖବର ପାଇ ଘରକୁ ବାହାରିଥିଲେ ମଦନ। ସେ କୋଏମ୍ବାଟୁର ରେଳଷ୍ଟେସନରେ ପହଞ୍ଚି ଥିଲେ। ତେବେ ଟ୍ରେନ୍‌ରେ ବସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ି ନାହିଁ।

କୋଏମ୍ବାଟୁର ରେଳବିଭାଗ ପୁଲିସ ମଦନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ମଦନଙ୍କ ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ସହାୟତା କରିବାକୁ ରାୟଗଡ଼ା ପ୍ରଶାସନକୁ କହିଛନ୍ତି ତାଙ୍କ ପରିବାର ଲୋକେ। ମଦନ ଘରର ଏକ ମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ଘରେ ତାଙ୍କ ସ୍ତ୍ରୀ ଓ ତିନି ଛୁଆ ଅଛନ୍ତି। ସେମାନେ ସମସ୍ଥେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Advertisment

ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଇତୋ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି। ଯଥାଶୀଘ୍ର ମରଶରୀର ଫେରାଇ ଆଣିବା ନିମନ୍ତେ ଉଦ୍ୟମ ଚାଳିଛି।

Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe